ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି

Key Points
ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି । ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ୪ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ଅରେଞ୍ଜ ୱାର୍ଣ୍ଣିଂ । ଆଜି ପବିତ୍ର ଘୋଷଯାତ୍ରା । ଆଜି ପୁରୀରେ ଘଡ଼ଘଡ଼ି ସହିତ ଅସରାଏ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ, ଅନେକ ସ୍ଥାନରେ ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହୋଇପାରେ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଓଡ଼ିଶା ପଶ୍ଚିମବଙ୍ଗ ଅଞ୍ଚଳ ଉପରେ ଲଘୁଚାପ ରହିଛି । ଏହାର ପ୍ରଭାବରେ ଆସନ୍ତା 2 ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଉତ୍ତର ଓଡ଼ିଶା ଏବଂ ପାଖ ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ ବୋଲି କୁହାଯାଇଛି । ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । କେତେକ ସ୍ଥାନରେ ପବନର ବେଗ ମଧ୍ୟ ଅଧିକ ରହିପାରେ ।