Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଣ୍ଡାମାନ ସାଗରରେ ପାଦ ଥାପିଲା ମୌସୁମୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଣ୍ଡାମାନ ସାଗରରେ ପାଦ ଥାପିଲା ମୌସୁମୀ

ତତଲା କଡ଼େଇରେ ଭାଜିଲା ଭଳି କଲବଲ କରିଥିଲା ତାତି । ସମ୍ବଲପୁର ଟକଟକ୍‌ ହୋଇ ଫୁଟିଥିଲା । ଖାଲି ସମ୍ବଲପୁର ନୁହେଁ, ୧୬ ସହରରେ ଅସମ୍ଭାଳ ତାତି ଅନୁଭୂତ ହୋଇଥିଲା । ୪୦ ଡିଗ୍ରୀ ଡେଇଁ ଯାଇଥିଲା । ଆର୍ଦ୍ରତା ଅଧିକ ଥିବାରୁ ଭୁବନେଶ୍ୱରରେ ୬୦ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ୧୬ ତାରିଖ ଯାଏ ଏଭଳି ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ । ପାଣିପାଗ ବିଭାଗ ଏହା ସତର୍କ କରାଇ ଦେଇଛି ।

ସୋମବାର ରାତିରେ ଭଦ୍ରକ, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ ।

ବୁଧବାର(୧୪ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ହେବ । ୧୫ ଓ ୧୬ ତାରିଖ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି । ୧୫ରୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।

ସୋମବାର ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ତାତି ୪୨.୯ ଡିଗ୍ରୀ ସେଲସିୟସ୍‌ ରହିଥିଲା । ହୀରାକୁଦରେ ୪୨.୪, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୨.୨, ବୌଦ୍ଧ ଓ ଟିଟିଲାଗଡ଼ରେ ୪୨, ଅନୁଗୁଳରେ ୪୧.୯, ଭବାନୀପାଟଣାରେ ୪୧.୬, ସୁନ୍ଦରଗଡ଼ ଓ ସୋନପୁରରେ ୪୧.୫, ପାରଳାଖେମୁଣ୍ଡି ଓ ବରଗଡ଼ରେ ୪୧.୨, ନୂଆପଡ଼ା ୪୧, ରାଉରକେଲା ଓ ସୋନପୁରରେ ୪୦.୬, ଭୁବନେଶ୍ୱରରେ ୪୦.୪, ଢେଙ୍କାନାଳରେ ୪୦.୩ ଓ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆଣ୍ଡାମାନ ସାଗରରେ ପାଦ ଥାପିଲା ମୌସୁମୀ । ୧୩ ତାରିଖ ଅର୍ଥାତ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗୋପସାଗର,, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗର ର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ୨୪ ଘଣ୍ଟାରେ ନିକୋବର ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି । ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସେ ଆକଳନ କରାଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
monsoon-sets-foot-in-the-andaman-sea | Argus News