Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Monsoon; ଏଥର ଓଡିଶାକୁ ସଅଳ ଛୁଇଁଲା ମୌସୁମୀ ବାୟୁ

Odisha

Monsoon; ଏଥର ଓଡିଶାକୁ ସଅଳ ଛୁଇଁଲା ମୌସୁମୀ ବାୟୁ

Smruti Parija
Browse all articles by Smruti Parija
·11 months ago·1 min read
Monsoon; ଏଥର ଓଡିଶାକୁ ସଅଳ ଛୁଇଁଲା ମୌସୁମୀ ବାୟୁ

Key Points

ଶୀଘ୍ର ଆସିଛି ମୌସୁମୀ ବାୟୁ

ଓଡିଶା ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



ଏଥର ଶୀଘ୍ର ଆସିଛି ମୌସୁମୀ ବାୟୁ । କେରଳକୁ 8 ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲାବେଳେ ଓଡିଶାକୁ ଆଉ 3 ଦିନ ମଧ୍ୟରେ ଓଡିଶା ଛୁଇଁବ ବୋଲି କୁହାଯାଉଥିଲା । ହେଲେ ଶୀଘ୍ର ଛୁଇଁଛି ମୌସୁମୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଚଳିତ ବର୍ଷ ଜୁନ୍ ମାସରେ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ନେଇ ଗତକାଲି ପ୍ରେସ୍ ମିଟ୍ କରି ସୂଚନା ଦେଇଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୧୦୬ ପ୍ରତିଶତରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ।


ସେପଟେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ହୋଇଛି । ଧିରେ ଧିରେ ଏହା ଘନୀଭୂତ ହେବ । ଧିରେ ଧିରେ ଉତ୍ତରମୁହାଁ ହେବା ସମ୍ଭାବନା । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି 31 ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

Sponsored
monsoon-winds-have-reached-some-parts-of-south-odisha-today-28-may-2025 | Argus News