Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାକ୍ଷସ ସ୍ୱାମୀ: ପୋଲିସ ଖୋଜି ଖୋଜି ନୟାନ୍ତ, ବକ୍ସ ଖଟରେ ଥିଲା ମୃତଦେହ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରାକ୍ଷସ ସ୍ୱାମୀ: ପୋଲିସ ଖୋଜି ଖୋଜି ନୟାନ୍ତ, ବକ୍ସ ଖଟରେ ଥିଲା ମୃତଦେହ

ସ୍ତ୍ରୀକୁ ମାରି ବକ୍ସ ଖଟରେ ଲୁଚାଇଥିଲା ସ୍ବାମୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ ଚାଞ୍ଚଲ୍ୟ। ହତ୍ୟା ପରେ ସ୍ତ୍ରୀକୁ ବକ୍ସ ଖଟରେ ପୁରାଇ ଘରେ ତାଲା ପକାଇଥିଲା ସଇତାନ ସ୍ୱାମୀ । ତେବେ ଦୁଷ୍ମନ୍ତ ନାୟକ ନିଜ ସ୍ତ୍ରୀ ଅନିତା ସୋରିକୁ ହତ୍ୟା କରି ଘରେ ତାଲା ପକେଇ ଫେରାର ହୋଇ ଯାଇଥିଲେ । ମହିଳାଙ୍କ ବାପା ଗତକାଲି ଝିଅକୁ ଦେଖା କରିବା ପାଇଁ ଆସିଥିଲେ, ହେଲେ ଘର ତାଲା ପଡ଼ିଥିବାରୁ ଫେରି ଯାଇଥିଲେ।

ଆଜି ସକାଳେ ବହୁତ ଖୋଜାଖୋଜି କରିବା ପରେ ଝିଅ-ଜ୍ବାଇଁର ପତ୍ତା ନମିଳିବାରୁ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘର ତାଲା ଭାଙ୍ଗି ଶୋଇବା ଖଟରୁ ମହିଳାଙ୍କ ମୃତଦେହ ଜବତ କରିଛି । ହତ୍ୟାର କାରଣ ଅସ୍ପଷ୍ଟ, ଅଭିଯୁକ୍ତ ସ୍ୱାମୀ ଫେରାର ।

ସେହିଭଳି ଗତକାଲି ଏକ ଜଘଣ୍ୟ କାଣ୍ଡ ଘଟିଛି କର୍ଣ୍ଣାଟକରେ । ଗତକାଲି ସନ୍ଦେହ ଜନକ ଭାବେ ଉଦ୍ଧାର ହୋଇଥିଲା କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ ଦେହ। ପୋଲିସ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ପରେ ତାଙ୍କ ପତ୍ନୀ ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତକାଲି ମଧ୍ୟାହ୍ନରେ ତାଙ୍କ ସ୍ତ୍ରୀ ପଲ୍ଲବୀଙ୍କ ସହିତ ତାଙ୍କର ପ୍ରବଳ ଝଗଡା ହୋଇଥିଲା। ଯେଉଁଥିରେ ସ୍ତ୍ରୀ ଉତ୍ତେଜିତ ହୋଇ ପ୍ରଥମେ ତାଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ। ପରେ ସେ ଦେଖି ନପାରିବାରୁ ତାଙ୍କୁ ବାନ୍ଧି ଦେଇ ଛୁରିରେ କ୍ଷତାକ୍ତ କରିଥିଲେ । ଏମିତିକି ଭଙ୍ଗା କାଚ ବୋତଲରେ ତାଙ୍କୁ ଆକ୍ରମଣ କରିଥିଲେ। ଜମି ବିବାଦରୁ ଉଭୟଙ୍କ ମଧ୍ୟରେ ବିବାଦ ଲଗି ରହିଥିଲା। ଓମ୍ ପ୍ରକାଶଙ୍କ ପୁଅ କରିଥିବା ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ। ଏଥିରେ ତାଙ୍କ ଝିଅ ସାମିଲ ଅଛନ୍ତି କି ନାହିଁ ସେନେଇ ଖୋଳତାଡ଼ କରୁଛି ପୋଲିସ।

୬୮ ବର୍ଷୀୟ ଓମ୍ ପ୍ରକାଶ ବିହାର ଚମ୍ପାରଣର ବାସିନ୍ଦା। ସେ ୧୯୮୧ ମସିହାର ଆଇପିଏସ ଅଧିକାରୀ। ୧ ମାର୍ଚ୍ଚ ୨୦୧୫ରେ ସେ ପୋଲିସ ମହାନିର୍ଦ୍ଦେଶକ ହୋଇଥିଲେ। ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ପୋଲିସର ମହାନିର୍ଦ୍ଦଶକ ଥିଲେ। ଏହା ପୂର୍ବରୁ ସେ କର୍ଣ୍ଣାଟକ ହୋମଗାର୍ଡ ଏବଂ ଅଗ୍ନିଶମ ବାହିନୀର ମହାନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monster Husband: Police searched every where, but Body found in box bed | Argus News