Srimandir / ଶ୍ରୀମନ୍ଦିରରେ ପ୍ରତି ମାସରେ ହେବ ମାସିକିଆ ସମନ୍ଵୟ ବୈଠକ

Key Points
ପ୍ରତି ମାସରେ ହେବ ମାସିକିଆ ସମନ୍ଵୟ ବୈଠକ ।
ଶ୍ରୀମନ୍ଦିର ସାତ ପାହାଚରେ ଠେଲାପେଲା ଘଟଣା । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ସମନ୍ବୟ ବୈଠକ । କାର୍ଯ୍ୟାନୁଷ୍ଠାନ ପାଇଁ ହେବ ଉଚ୍ଚସ୍ତରୀୟ ତଦନ୍ତ । ଭୁଲ ଥିଲେ ନିଆଯିବ ଆକ୍ସନ । ସମନ୍ଵୟ ଅଭାବରୁ ଅସଙ୍ଗତି ହୋଇ କହି କ୍ଷମା ମାଗିଲେ ମୁଖ୍ୟ ପ୍ରଶାସକ । ଘଟଣା ପୁନରାବୃତ୍ତି ନହେବାକୁ କଲେ ସଂକଳ୍ପ ।
ପ୍ରତି ମାସରେ ହେବ ମାସିକିଆ ସମନ୍ଵୟ ବୈଠକ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ନୀତି ସହ ଜଡ଼ିତ ସମସ୍ତ ଅଧିକାରୀ ରହିବେ । ପ୍ରୋଟୋକଲ ଦର୍ଶନ ପାଇଁ ସ୍ବତନ୍ତ୍ର ଏସଓପି । କେବଳ ଶ୍ରୀମନ୍ଦିର ପ୍ରଶାସନ ଗୋଚରରେ ହିଁ ଅତିଥିଙ୍କୁ ପ୍ରୋଟୋକଲ ସେବା ଯୋଗାଇ ଦିଆଯିବ । ଶ୍ରୀମନ୍ଦିର ନୀତିକାନ୍ତି ଦୃଷ୍ଟିରୁ କମାଣ୍ଡର ପଦବୀର ଗାରିମା ରକ୍ଷା କରିବାକୁ ଗୁରୁତ୍ବ ।
ସେହିପରି କଡାକଡି ହେବ ମୋବାଇଲ କଟକଣା । ନୀତି, ଶୃଙ୍ଖଳା ସୁରକ୍ଷା ସମ୍ବନ୍ଧୀୟ ଜରୁରୀ ନଥିଲେ ଶ୍ରୀମନ୍ଦିର ଭିତରେ ସେବକ, କର୍ମଚାରୀ ବ୍ୟବହାର କରି ପାରିବେନି ଫୋନ୍ । ପୂରଣ ହେବ ଖାଲି ପଦବୀ । ଜେଟିପି, ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ଖାଲି ଥିବା ପଦବୀ ପାଇଁ ସରକାରଙ୍କୁ ଅନୁରୋଧ କରିବ ଶ୍ରୀମନ୍ଦିର ପ୍ରଶାସନ । ଆବଶ୍ୟକ ପଡିଲେ ଆଉଟ୍ ସୋର୍ସିଂ ଜରିଆରେ ପୁଣି ମୁତୟନ ହେବେ ଜେଟିପି ।
📱 Get Argus News App
✨Related Topics
Explore more stories