Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଉଁଶ ପୋଖରୀ ପାଇଁ ମନ ଇଚ୍ଛା ଖୋଳି ନେଇ ଯାଉଛନ୍ତି ମୋରମ

Odisha

ପାଉଁଶ ପୋଖରୀ ପାଇଁ ମନ ଇଚ୍ଛା ଖୋଳି ନେଇ ଯାଉଛନ୍ତି ମୋରମ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ପାଉଁଶ ପୋଖରୀ ପାଇଁ ମନ ଇଚ୍ଛା ଖୋଳି ନେଇ ଯାଉଛନ୍ତି ମୋରମ

ଝାରସୁଗୁଡ଼ାର ମୋରମ୍‌ ଚୋରା ଚାଲାଣରେ ଲାଗୁନି ଲଗାମ୍ । ଧିରେ ଧିରେ ଖାଲି ହେବାରେ ଲାଗିଲାଣି ଇବ୍‌ ଉପତ୍ୟକାର ମୋରମ୍‌ ଚଟାଣ । ପ୍ରଶାସନ ଓ ଖଣି ବିଭାଗର ନାକ ତଳେ ମନଇଚ୍ଛା ଚାଲିଛି ଲଘୁ ଖଣିଜର ଲୁଟ୍‌ । ସରକାରୀ ତହବିଲ୍‌କୁ ଆସୁନି ରାଜସ୍ୱ । ମୋରମ୍‌ ଚୋରିରେ ବେଫିକର ମାଫିଆ, ଆଉ ଚୁପ୍ ବସିଛି ପ୍ରଶାସନ ।

କନ୍‌ଷ୍ଟ୍ରକସନ କମ୍ପାନିଗୁଡ଼ିକର ନିର୍ମାଣ କାର୍ଯ୍ୟ ତଥା ବେଆଇନ ପାଉଁଶ ପୋଖରୀ ନିର୍ମାଣ ପାଇଁ ମୋରମ୍‌ ଚଟାଣ କାଟି ବେଧଡ଼କ ବିକ୍ରି କରି ଦିଆଯାଉଥିବା ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ଏନେଇ ବାରମ୍ବାର ଅଭିଯୋଗ ପରେ ବି ଖଣି ବିଭାଗ ନିରବଦ୍ରଷ୍ଟା ସାଜିଛି । ସରକାରୀ ଭାବେ ଝାରସୁଗୁଡ଼ା ଜିଲ୍ଲାରେ ୭ଟି ମୋରମ୍‌ ଖାଦାନ ରହିଛି । କିନ୍ତୁ ଗତ ୨ ବର୍ଷର ତଥ୍ୟକୁ ଅନୁଶୀଳନ କଲେ କେବଳ ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରୁ ମୋରୁମ୍‌ ଚୋରି ହେବାର ନଜିର ରହିଛି । ମୋରମ୍‌କୁ ମାଫିଆମାନେ ଖୋଲା ବଜାରରେ ଟ୍ରିପ୍‌ ପିଛା ୪ ହଜାରରୁ ସାଢ଼େ ୪ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ।

ବିଗତ କିଛି ମାସ ହେବ ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ଲହଣ୍ଡାବୁଡ଼ ମୌଜାରେ ଥିବା ଚିଲିଂ ପ୍ଳାଣ୍ଟ ନିକଟରେ ଥିବା ବିଶାଳ ମୋରୁମ୍‌ ଚଟାଣରୁ ଓ ପଞ୍ଚପଡ଼ା ମୌଜାରୁ ବେଧଡ଼କ ମୋରୁମ୍‌ ଚାଲାଣ କରାଯାଉଛି । ବିଶେଷ କରି ରାତି ସମୟରେ ଏହି ଚୋରି ହେଉଥିବାରୁ ମୋରୁମ୍‌ କେଉଁଠିକୁ ଯାଉଛି, କିଏ ନେଉଛି ପ୍ରଶାସନ ତାହାର ଟେର୍‌ ପାଉନି । ଆଉ ଖଣି ଅଧିକାରୀ କହୁଛନ୍ତି, ଧରାପଡ଼ିଲେ ଫାଇନ୍ କଟାଯାଉଛି ।

ମାଫିଆ ମାନଙ୍କୁ ଧରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ନହେଲେ ଧିରେ ଧିରେ ଖାଲି ହୋଇଯିବ ଇବ୍‌ ଉପତ୍ୟକାର ଏ ମୋରମ୍‌ ଚଟାଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Moram Mafia Active In Jharsuguda | Argus News