Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ମଣିଷ ଲଢେଇରେ ଓଡିଶାରେ ମରୁଛନ୍ତି ଅଧିକ ହାତୀ, ସୁରକ୍ଷା ପାଇଁ ସରକାର ଆଣିବେ ନୀତି

Smruti Parija
Browse all articles by Smruti Parija
·10 months ago·2 min read
ହାତୀ ମଣିଷ ଲଢେଇରେ ଓଡିଶାରେ ମରୁଛନ୍ତି ଅଧିକ ହାତୀ, ସୁରକ୍ଷା ପାଇଁ ସରକାର ଆଣିବେ ନୀତି

Key Points

ହାତୀ ମଣିଷ ଲଢେଇରେ ପୂର୍ଣଛେଦ ପାଇଁ କସରତ
ରାଜଧାନୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳା
ଗୋଡିବାରିରେ ହେବ ସେଣ୍ଟର ଫର ସ୍ପେସିସ ସର୍ଭାଇଭାଲ ଏସିଆନ ଏଲିଫ୍ୟାଣ୍ଟ

କେତେବେଳେ ହାତୀ ମାରୁଛି ତ କେବଳ ମଣିଷ କରୁଛି ହାତୀ ଶିକାର । ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ । ରାତି ଅଧରେ ହାତୀ ଆସୁଛି, ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି ହାବୁଡରେ ପଡିଲେ ମଣିଷକୁ ବି ଦଳି ଦେଉଛି ।  କେବଳ ଜଙ୍ଗଲ ପାଖ ଗାଁ ନୁହେଁ ସହରରେ ବି ବଢୁଛି ହାତୀ ଭୟ । ଓଡିଶାରେ ହାତୀ ମଣିଷ ଲଢେଇ ଏବେ ନିତିଦିନିଆ ଘଟଣା ।


ହାତୀ ମଣିଷ ଲଢେଇରେ ପୂର୍ଣଛେଦ ପାଇଁ ରାଜଧାନୀରେ 2 ଦିନିଆ କର୍ମଶାଳାରେ ହୋଇଛି ମାନସ ମନ୍ଥନ । ଏଥିରେ ଯୋଗ ଦେଇଛନ୍ତି 7 ଟି ଦେଶର ପ୍ରତିନିଧି । ହାତୀଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ପାଇଁ ଚନ୍ଦକାର ଗୋଡିବାରିରେ ପ୍ରତିଷ୍ଠା ହେବ ସେଣ୍ଟର ଫର ସ୍ପେସିସ ସର୍ଭାଇଭାଲ ଏସିଆନ ଏଲିଫ୍ୟାଣ୍ଟ । ଏହି କର୍ମଶାଳାରେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ କହିଛନ୍ତି ହାତୀ ସୁରକ୍ଷା ପାଇଁ ସରକାର ଆଣିବାକୁ ଯାଉଛନ୍ତି ହାତୀ ନୀତି । ଏଥିରେ ହାତୀ କିପରି ଜଙ୍ଗଲ ଛାଡି ଜନବସତି ମୁହାଁ ନ ହେବେ ସେ ନେଇ ଯୋଜନା କରାଯାଇଛି । ଜଙ୍ଗଲ ଭିତରେ ଜଳାଶୟରୁ ନେଇ ହାତୀଙ୍କ ପାଇଁ ଧାନ ଚାଷ କରିବାକୁ ପ୍ଲାନ ପ୍ରସ୍ତୁତ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୪ ମସିହାରେ ହୋଇଥିବା ହାତୀ ଗଣନା ଅନୁସାରେ ରାଜ୍ୟରେ ଅଛନ୍ତି ୨୧୦୩ଟି ହାତୀ । ତେବେ ଜଙ୍ଗଲ ତୁଳନାରେ ଓଡ଼ିଶାରେ ଅଛନ୍ତି ପ୍ରାୟ ୪୦୦ରୁ ଅଧିକ ହାତୀ । ଯେଉଁଥିପାଇଁ ବାସସ୍ଥାନ ହେଉ ବା ଖାଦ୍ୟ ଅନ୍ୱେଷଣରେ ଜନବସତି ମୁଁହା ହେଉଛନ୍ତି ହାତୀ। କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି, ହାତୀ ମଣିଷ ଲଢେଇରେ ସମଗ୍ର ଦେଶରେ ଓଡ଼ିଶା ୧ ନଂ । ଗତ ୫ ବର୍ଷ ମଧ୍ୟରେ ହାତୀ ମଣିଷ ଲଢେଇରେ ୬୨୪ ଲୋକଙ୍କ ଜୀବନ ଯାଇଛି । ସେହିପରି ଶିକାର, ଟ୍ରେନ ଧକ୍କା ଓ ହରପିସ ଭଳି ରୋଗ ଯୋଗୁଁ ଗତ ୧୦ ବର୍ଷରେ ୭୭୯ଟି ହାତୀ ମୃତ୍ୟୁ ବରଣ କରିଛନ୍ତି । ଧିରେ ଧିରେ ନଷ୍ଟ ହେଉଛି ହାତୀ କରିଡର । ଲୋକେ ଜଙ୍ଗଲ କାଟିବାରୁ ହାତୀଙ୍କ ଯିବା ଆସିବା ରାସ୍ତା ବଦଳିଯାଉଛି । ବିଶେଷଜ୍ଞ ମତ, ଏହି ଧାରା ଜାରି ରହିଲେ ଆସନ୍ତା 10 ବର୍ଷରେ ରହିବ ନାହିଁ ହାତୀଙ୍କ ପାଇଁ ଉଦ୍ଦିଷ୍ଟ କରିଡର ।

Sponsored
more-elephants-are-dying-in-odisha-due-to-human-elephant-conflict | Argus News