Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ଅସ୍ତ୍ରୋପଚାର ଡେଲିଭରି

Ritu Das
Browse all articles by Ritu Das
·1 year ago·1 min read
ସରକାରୀ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ଅସ୍ତ୍ରୋପଚାର ଡେଲିଭରି

ଘରୋଇ ହସ୍‌ପିଟାଲରେ ଅଧିକ ହେଉଛି ଅସ୍ତ୍ରୋପଚାର ଡେଲିଭରି । ସରକାରୀ ହସ୍‌ପିଟାଲ ତୁଳନାରେ ଘରୋଇ ହସ୍‌ପିଟାଲରେ ଅଧିକ ହେଉଛି ସିଜରିଆନ । ବିଧାନସଭାରେ ଆଜି ଏପରି ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୨ ବର୍ଷ ମଧ୍ୟରେ କେତେଜଣ ଶିଶୁ ଡାକ୍ତରଖାନାରେ ଜନ୍ମ ହୋଇଛନ୍ତି ? ଏମାନଙ୍କ ମଧ୍ୟରୁ କେତେଜଣ ଘରୋଇ ଓ କେତେଜଣ ସରକାରୀ ହସ୍‌ପିଟାଲରେ ଜନ୍ମ ହୋଇଛନ୍ତି ? କେତେଜଣ ସାଧାରଣ ଭାବରେ ଓ କେତେଜଣ ଅପରେସନ ମାଧ୍ୟମରେ ଜନ୍ମ ହୋଇଛନ୍ତି ତାର ତଥ୍ୟ ମାଗିଥିଲେ ବିଧାୟକ । ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ୨ ବର୍ଷର ତଥ୍ୟ ଦେଇଛନ୍ତି ।


ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ୨୦୨୨-୨୩ରେ ଘରୋଇ ହସ୍‌ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଟି ଡେଲିଭରି ହୋଇଛି । ସେଥିରୁ ୯୯ ହଜାର ୯୯୮ଟି ସିଜରିଆନ ମାଧ୍ୟମରେ ହୋଇଛି । ଯାହାର ପରିମାଣ ୭୭ ଦଶମିକ ୪୬ ପ୍ରତିଶତ ରହିଛି ।ସେହିପରି ୨୦୨୩-୨୪ରେ ଘରୋଇ ହସ୍‌ପିଟାଲରେ ୧ଲକ୍ଷ ୪୦ ହଜାର ୧୨୬ଟି ଡେଲିଭରି ହୋଇଛି । ସେଥିରୁ ୧ଲକ୍ଷ ୧୩ ହଜାର ୫୯୮ଟି ଅସ୍ତ୍ରୋପଚାର ଡେଲିଭରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more-surgical-deliveries-in-private-hospitals-than-in-government-ones | Argus News