Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟ ଜୟପୁରରୁ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Rashmita Mishra
Browse all articles by Rashmita Mishra
·11 months ago·2 min read
କୋରାପୁଟ ଜୟପୁରରୁ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Key Points

ଆଜି ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା
କୋରାପୁଟ ଜୟପୁରରୁ ରାଜ୍ୟର ୧ କୋଟିରୁ ଅଧିକ ମିଳିବ ସୁଭଦ୍ରା ସହାୟତା
କାର୍ଯ୍ୟକ୍ରମରେ ଯୋଗଦେବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେ.ଭି ସିଂହଦେଓ

ଆଜି ମିଳିବ ସୁଭଦ୍ରା ଟଙ୍କା। ରାଖୀ ପୂର୍ଣ୍ଣିମାରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ। ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ ସରକାର । ଆଜି ମିଳିବ ସୁଭଦ୍ରା ଟଙ୍କା। ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ଅଗଷ୍ଟ ୯ ତାରିଖ, ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ ସରକାର । ଆଉ କିଛି ସମୟ ପରେ ମହିଳାଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଆସିବ ।

ଏହା ପୂର୍ବରୁ ଏହି ଯୋଜନାରେ ଉପୁଜିଥିବା ସମସ୍ୟାର ସମୀକ୍ଷା କରିବାକୁ କୋଟିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଆମେ କୋଟିଆରେ ଘରେ ଘରେ ସୁଭଦ୍ରା ଦେବା ପାଇଁ ଘୋଷଣା କରିଥିଲୁ। ତାର ସମୀକ୍ଷା ହୋଇଛି। ସେ ପାଖାପାଖି ଥିବା ସବୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦିମାନଙ୍କ ସହ ଆଲୋଚନା କରିଛନ୍ତି। ଯେଉଁମାନଙ୍କ ଘରେ ସୁଭଦ୍ରା ପହଞ୍ଚିବାରେ ଅସୁବିଧା ହୋଇଛି, ସେ ସବୁ ସମସ୍ୟା ଦୂର କରାଯିବ।

ରାଖୀ ପୂର୍ଣ୍ଣିମା ଅର୍ଥାତ୍ ଆଜି ମିଳିବ ସୁଭଦ୍ରା ଟଙ୍କା। ଅଗଷ୍ଟ ୯ ତାରିଖରେ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାଁନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ ଲକ୍ଷ ୮୮ ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାଁନ୍ତି । ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ।

ଏହାପୂର୍ବରୁ ଗତ ଏପ୍ରିଲ ୨୪ରେ ମିଳିଥିଲା ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା । ଯେଉଁମାନେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଯିଏ ଯୋଗ୍ୟ ବିବେଚିତ ହେବେ ସେମାନେ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ କହି ସାରିଛନ୍ତି। ପ୍ରଭାତୀଙ୍କ ଏହି ସୂଚନା ପରେ ଏବେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଗତ ଏପ୍ରିଲ୍‌ରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ପୁଣି ଥରେ ଅଗଷ୍ଟ ମାସରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more-than-1-crore-women-of-the-state-will-receive-subhadra-rupees-from-koraput-to-jaipur | Argus News