Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି 'ସୁଭଦ୍ରା'ର ଦ୍ଵିତୀୟ କିସ୍ତି ପାଇବେ କୋଟିଏ ୬୩ ହଜାର ମହିଳା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି 'ସୁଭଦ୍ରା'ର ଦ୍ଵିତୀୟ କିସ୍ତି ପାଇବେ କୋଟିଏ ୬୩ ହଜାର ମହିଳା

ଭୁବନେଶ୍ଵର: 'ସୁଭଦ୍ରା' ରଚିବ ଇତିହାସ । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏ ୬୩ ହଜାରଙ୍କୁ ମିଳିବ ଦ୍ଵିତୀୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଦ୍ଵିତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ଉପସ୍ଥିତ ରହିବେ ।


୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ସାଙ୍ଗକୁ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ପାଇଁ ରହିଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ସୁଭଦ୍ରା ଯୋଜନା ମହିଳାଙ୍କ ଆତ୍ମବିଶ୍ଵାସ ବଢ଼ାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ କରୁଛି । ଗତ ନିର୍ବାଚନରେ ବିଜେପି ପ୍ରଚାରର ବଡ଼ ଅସ୍ତ୍ର ଥିଲା 'ସୁଭଦ୍ରା' । ଯାହା ଏବେ ଏକ ବ୍ରାଣ୍ଡ ଭାବେ ଉଭା ହୋଇଛି ।
ଆଜି 'ସୁଭଦ୍ରା' ଦ୍ଵିତୀୟ କିସ୍ତି ମିଳିବାକୁ ଯାଉଥିବାରୁ ମହିଳାଙ୍କ ଭିତରେ ନାହିଁ ନଥିବା ଉତ୍ସାହ । 'ସୁଭଦ୍ରା' ଯୋଜନା ପାଇଁ ଘରେ ଘରେ 'ସୁଭଦ୍ରା' ଦୀପ ଜାଳି ମହିଳା ସଶକ୍ତିକରଣର ଏ ପର୍ବ ପାଳିବାକୁ ବିଜ୍ଞାପନ ମାଧ୍ୟମରେ ଆହ୍ବାନ ଦେଇଥିଲେ ସରକାର । ଏଥିପାଇଁ ସୁଭଦ୍ରା ହିତାଧିକାରୀମାନେ ଘରେ ଘରେ ଦୀପ ଜାଳିଛନ୍ତି । ବିଭିନ୍ନ ସ୍ଥାନରେ କରାଯାଇଛି ସୁଭଦ୍ରା ଶୋଭାଯାତ୍ରା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗାଁ ଠୁଁ ସହର ସବୁଆଡ଼େ ହଜାର ହଜାର ମହିଳା ଅତି ଆଗ୍ରହର ସହ ଦୀପ ଜାଳିଛନ୍ତି। ଘରେ ଘରେ, ବିଭିନ୍ନ ଦେବଦେବୀ ପୀଠରେ 'ସୁଭଦ୍ରା' ମାଆମାନେ ପ୍ରଦୀପ ଆଳତି କରିଛନ୍ତି । 'ସୁଭଦ୍ରା' ପାଇଁ ପୁରୀ ଜିଲ୍ଲା ପିପିଲି ମଉଜିବେଗ ଗାଁର ୪୦ରୁ ଅଧିକ ମହିଳା ଏକାଠି ହୋଇ ଦୀପ ଜାଳିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଆହ୍ୱାନକ୍ରମେ ଉପକୃତ ହୋଇଥିବା ମହିଳାମାନେ ସମୂହ ଏକାଠି ହୋଇ ଗାଁ ମଝିରେ ଦୀପ ଜାଳି ଖୁସି ଜାହିର କରିଛନ୍ତି ।


'ସୁଭଦ୍ରା' ଯୋଜନା’ରେ ହିତାଧିକାରୀଙ୍କ ସଂଖ୍ୟା ସଫଳତାର ସହ ୧ କୋଟି ଛୁଇଁବା ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ମାଆ ଭଉଣୀମାନେ ଘରେ ଘରେ ସୁଭଦ୍ରା ଦୀପ ଜାଳି ମହିଳା ସଶକ୍ତୀକରଣର ପର୍ବ ପାଳିଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସୁଭଦ୍ରା ଯୋଜନାକୁ ନେଇ ମାତୃଶକ୍ତିଙ୍କ ମଧ୍ୟରେ ବହୁତ ଉତ୍ସାହ ଓ ଉଲ୍ଲାସ ଦେଖାଯାଇଛି । ମହାପ୍ରଭୁ ଏବଂ ମା’ ସୁଭଦ୍ରାଙ୍କ ଆଶୀର୍ବାଦ ସବୁବେଳେ ଓଡ଼ିଶାବାସୀଙ୍କ ସହ ରହିଥାଉ, ଏହା କାମନା ବୋଲି ଟ୍ଵିଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ମହିଳାଙ୍କୁ 'ସୁଭଦ୍ରା' ସ୍ଵାବଲମ୍ବୀ କରୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Sponsored