Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମାର୍ଚ୍ଚ ୩୧ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ଆୟୋଗଙ୍କୁ ଦିଆଯିବ ପ୍ରସ୍ତାବ

Odisha

ମାର୍ଚ୍ଚ ୩୧ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ଆୟୋଗଙ୍କୁ ଦିଆଯିବ ପ୍ରସ୍ତାବ

Smruti Parija
Browse all articles by Smruti Parija
·1 year ago·2 min read
ମାର୍ଚ୍ଚ ୩୧ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ଆୟୋଗଙ୍କୁ ଦିଆଯିବ ପ୍ରସ୍ତାବ

Key Points

ଖାଲି ସରକରୀ ପଦବୀ ପୂରଣ ଉପରେ ଜୋର ଦେଲେ ରାଜ୍ୟ ସରକାର
ମୁଖ୍ୟମନ୍ତ୍ରୀ କହିଲେ ନିଯୁକ୍ତି ପ୍ରକ୍ରିୟା ତ୍ରୁଟିଶୂନ୍ୟ ଓ ନିରପେକ୍ଷ ହେବା ଦରକାର
ରାଜ୍ୟରେ 1 ଲକ୍ଷ 10 ହଜାରରୁ ଅଧିକ ସରକାରୀ ପଦବୀ ପଡ଼ିଛି ଖାଲି
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ମାର୍ଚ୍ଚ ୩୧ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ଆୟୋଗଙ୍କୁ ଦିଆଯିବ ପ୍ରସ୍ତାବ
2ବର୍ଷରେ 65 ହଜାର ପଦରେ ନିଯୁକ୍ତି ପାଇଁ ସରକାର ହେଉଛନ୍ତି ପ୍ରସ୍ତୁତ

ଭୁବନେଶ୍ୱର: ରାଜ୍ୟରେ ଖାଲିପଡିଥିବା 1 ଲକ୍ଷ 10 ହଜାର ୫୫୭ଟି ସରକାରୀ ପଦବୀ ପୂରଣ ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟସରକାର। ବୁଧବାର ବିଭିନ୍ନ ନିଯୁକ୍ତି ଆୟଗର ଅଧ୍ୟକ୍ଷମାନଙ୍କ ବୈଠକରେ ଏହା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସରକାରଙ୍କ ଲୋକବଳ ବଢିଲେ, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ କରିବା ଉପରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଗୁରୁତ୍ବ।


ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସ୍ବାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗର ପଦବୀ ଗୁଡିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ। 2025 ମାର୍ଚ୍ଚ 31 ସୁଦ୍ଧା ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ଆୟୋଗଗୁଡିକୁ ପ୍ରସ୍ତାବ ଦେବାଲାଗି ବିଭାଗ ଗୁଡ଼ିକୁ ଦେଇଛନ୍ତି ନିର୍ଦ୍ଦେଶ। ଏଥିସହିତ ବିଭିନ୍ନ ବିଭାଗରେ ଖାଲିଥିବା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ପଦବୀ ପୂରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସ୍ବତନ୍ତ୍ର ରିକ୍ରୁଟମେଣ୍ଟ ଡ୍ରାଇଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରକୁ ଆସିଲେ ଖାଲି ସରକରୀ ପଦବୀ ପୂରଣ ପାଇଁ ନିର୍ବାଚନ ବେଳେ ପ୍ରତିଶ୍ରତି ଦେଇଥିଲା ବିଜେପି। ଏବେ ତାହା ପୂରଣ କରିବା ଉପରେ ସରକାର ଜୋର ଦେଉଥିବା କହିଛି ବିଜେପି । 

ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବିରୋଧୀ ଦଳଗୁଡ଼ିକ ସ୍ବାଗତ କରିଥିବା ବେଳେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ନୁଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଗ୍ରୁପ-ବି ବର୍ଗର ପଦବୀ ପୂରଣ ପାଇଁ Empowered Commiteeର ଅନୁମୋଦନ ଦରକାର ନାହିଁ। ଏହାଛଡ଼ା ଭିନ୍ନକ୍ଷମ ବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଯାଞ୍ଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା Empowered Commitee କୁ ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଜୟପୁରରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏବେ ଲୋକସେବା ଆୟୋଗର 5ଟି ପରୀକ୍ଷା କେନ୍ଦ୍ର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Argus Whatsapp Channel Mobile Top
Sponsored
more-than-1-lakh-10-thousand-government-posts-are-vacant-in-the-state | Argus News