Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା, ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି ସୁଯୋଗ

Odisha

ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା, ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି ସୁଯୋଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା, ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି ସୁଯୋଗ

PMଙ୍କ ଆହ୍ବାନ ଓ ମୋଦି ଗ୍ୟାରେଣ୍ଟି ପରେ ଛୁଟିଲା ନିବେଶର ସୁଅ
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ପୁଞ୍ଜି ବର୍ଷା
12 ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରତିଶ୍ରୁତି
ସୃଷ୍ଟି ହେବ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ
ସବୁଠୁ ଆଗରେ ଧାତବ କ୍ଷେତ୍ର
ପ୍ରଥମ ଥର ଦୌଡ଼ରେ ସାମିଲ ହେଲେ ଫାର୍ମା ଇଣ୍ଡଷ୍ଟ୍ରି
ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଫାର୍ମା କମ୍ପାନୀ ହେଟେରୋ
ମୁଖ୍ୟମନ୍ତ୍ରୀ କହିଲେ, ବିକଶିତ ଓଡ଼ିଶା ନିର୍ମାଣ କ୍ଷେତ୍ରରେ ହେଲା ବଡ଼ ମାଇଲ୍ ଖୁଣ୍ଟ


ଅର୍ଗସ ବ୍ୟୁରୋ : ଆଶାଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି । ସଫଳ ହେଲା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ଓ ମୋଦି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ପରେ ଓଡିଶାକୁ ଛୁଟିଲା ପୁଞ୍ଜି ନିବେଶର ସୁଅ। ପୁର୍ବରୁ ଯେଉଁ କମ୍ପାନୀ କେବେ ଓଡ଼ିଶା ଆସିବାକୁ ଇଛା କରୁ ନଥିଲେ ସେମାନେ ଏବେ ପୁଞ୍ଜି ନିବେଶ ପାଇଁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଉତ୍କର୍ଷ ଓଡ଼ିଶାରୁ ଯେତିକି ପୁଞ୍ଜି ଆସିବା ଆଶା ଥିଲା ତାଠୁ ଦୁଇ ଗୁଣ ଅଧିକ ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଯାହା ବିକଶିତ ଓଡିଶା ନିର୍ମାଣ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି । ଉତ୍କର୍ଷ ଓଡ଼ିଶା କନକ୍ଲେଭର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମେଟାଲ ଷ୍ଟିଲ କ୍ଷେତ୍ରରେ ରାଜ୍ୟକୁ ମିଳିଛି ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି । ସେହିପରି କେମିକାଲ ଓ ପେଟ୍ରୋ କେମିକାଲ, ସୌର ଶକ୍ତି, ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି କ୍ଷେତ୍ର ଦ୍ବିତୀୟ ଓ ତୃତୀୟରେ ରହିଛି । ପ୍ରଥମ ଥର ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ । ଆନ୍ଧ୍ରପ୍ରଦେଶର ହେଟେରୋ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛି । ସେହିପରି ଟେକ୍ସଟାଇଲ୍ ଓ ଆପାରେଲ କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଅନେକ ଆଗ୍ରହୀ ଅଛନ୍ତି ।
ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଛନ୍ତି ରାଜ୍ୟର `60 under 40' MSME ଉଦ୍ୟୋଗୀ । ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
More than 12 lakh crore investment commitments by CM mohan majhi | Argus News