Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ ଟ୍ୟାପ୍ ପାଣି ପିଇ ଆକ୍ରାନ୍ତ ହେଲେଣି 1400ରୁ ଅଧିକ

Odisha

ସରକାରୀ ଟ୍ୟାପ୍ ପାଣି ପିଇ ଆକ୍ରାନ୍ତ ହେଲେଣି 1400ରୁ ଅଧିକ

Manini Pattanayak
Browse all articles by Manini Pattanayak
·2 years ago·1 min read
ସରକାରୀ ଟ୍ୟାପ୍ ପାଣି ପିଇ ଆକ୍ରାନ୍ତ ହେଲେଣି 1400ରୁ ଅଧିକ

 ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ବି ହଇଜା ମହାମାରୀ । ପ୍ରଥମେ ତ ଲୋକେ ବିଶ୍ବାସ କଲେନି। କିନ୍ତୁ ରାଜ୍ୟର ବିଜେଡି ସରକାରଙ୍କ ଅବହେଳା ଓ ଦାୟିତ୍ବହୀନତାରୁ ବିପଦରେ ପଡ଼ିଲା ଶହ ଶହ ଜୀବନ। 24 ବର୍ଷର ସ୍ଥିର ସରକାର ପରେ ବି ଲୋକଙ୍କୁ ବିଶୁଦ୍ଧ ପାଣି ମୁନ୍ଦେ ଯୋଗାଇବାରେ ବିଫଳ ବିଜେଡି ସରକାର। ଯାହାର ଫଳ ହେଲା ରାଉରକେଲା ଭଳି ମହାନଗରରେ ଝାଡ଼ାବାନ୍ତି ବ୍ୟାପିଲା। ଦୂଷିତ ପାଣି ପିଇ ଏଯାଏଁ ରୋଗାକ୍ରାନ୍ତ ହେଲେଣି 1400ରୁ ଅଧିକ ଲୋକ। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 9 କୁହାଯାଉଥିବାବେଳେ ପ୍ରକୃତରେ ଝାଡ଼ାବାନ୍ତିରେ 16 ଜଣଙ୍କର ଜୀବନ ଯାଇଥିବା କୁହାଯାଉଛି।

ଏବେ ବି 53 ଜଣ ଲୋକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବଡ଼ ବିପଜ୍ଜନକ କଥା ହେଲା ମହାନଗରରୁ ଏବେ ସୁନ୍ଦରଗଡ଼ର ଗ୍ରାମାଞ୍ଚଳ ମୁହାଁ ହେଉଛି ଡାଏରିଆ। ବୀରମିତ୍ରପୁରରେ ଜଣଙ୍କର ଜୀବନ ଯାଇଛି। ବଡ଼ଦିନ ଓ ନୂଆ ବର୍ଷ ଅବସରରେ ଲୋକଙ୍କୁ ସଜାଗ ରହିବାକୁ କମିଶନର ପରାମର୍ଶ ଦେଉଛନ୍ତି। କିନ୍ତୁ ମୃତକଙ୍କ ପରିଜନଙ୍କୁ କୌଣସି ସହାୟତା ମିଳୁନଥିବା ଅଭିଯୋଗ ହେଉଛି।  ବହୁ ପ୍ରଚାର ପ୍ରସାର ପରେ ରାଜ୍ୟର 18ଟି ସହରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। କିନ୍ତୁ ମାତ୍ର ବର୍ଷକ ପରେ ବହୁ କୋଟି ଟଙ୍କାର ଏହି ପ୍ରକଳ୍ପର ଧଜ୍ଜିଆ ଉଡ଼ିଲା। ବିଶୁଦ୍ଧ ପାଣି ନାଁରେ ଲୋକଙ୍କୁ ଏମିତି ପ୍ରାଣନାଶକ ମଇଳା ପାଣି ଯୋଗାଗଲା। ଲୋକଙ୍କ ଜୀବନ ଗଲା। କିନ୍ତୁ ପ୍ରଶ୍ନ ହେଲା ଏ ଚରମ ଦାୟିତ୍ବହୀନତା ପାଇଁ ଦାୟୀ କିଏ ? ଦାୟିତ୍ବରେ ଥିବା ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 1,400 have been infected by drinking government tap water | Argus News