Videos
|
Odisha

ବିଷାକ୍ତ ଭୋଜି ଖାଇ ୩ ଶହରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବିଷାକ୍ତ ଭୋଜି ଖାଇ ୩ ଶହରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ

 କଟକ : ଭୋଜି ହେଲା କାଳ। ବିଷାକ୍ତ ଭୋଜି ଖାଇ ୩ ଶହରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଯାହାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ବିବାହ ଉତ୍ସବରେ ଭୋଜି ଖାଇ ଘରକୁ ଫେରିବାର ଅଳ୍ପ କିଛି ଘଣ୍ଟା ପରେ ଆରମ୍ଭ ହୋଇଥିଲା ମୁଣ୍ଡ ବୁଲାଇବା, ବାନ୍ତି ହେବା, ଝାଡା ସମସ୍ୟା । ଚାହୁଁ ଚାହୁଁ ମେଡିକାଲରେ ଭର୍ତି ହେଲେ ୩୦୦ ଅଧିକ ଲୋକ । ଏଭଳି ଦୁଃଖଦ ଘଟଣା ଘଟିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ପାଟଣା ସାହିରେ। ବୈଦେଶ୍ଵର ପାଟଣା ସାହିର ପଦ୍ମ ଚରଣ ସାହୁଙ୍କ ଝିଅର ରବିବାର ରାତିରେ ବିବାହ ଉତ୍ସବରେ ଗାଁ ର ଲୋକେ ଭୋଜି ଖାଇଥିଲେ । ଏହାପରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ୩୦୦ ଲୋକେ ।

ଜିଲ୍ଲା ପ୍ରଶାସନ ଏପରି ଘଟଣାକୁ ଗୁରୁତର ଭାବେ ନେବା ସହ ଗାଁରେ ପଂହଁଚି କରିଛି ତନାଘନା । ବାଙ୍କୀ ଏସ.ଡ଼ି.ଏମ.ଓ.ବ୍ଲକ ମଣ୍ଡଳ ଅଧିକାରୀ ଖାଦ୍ୟ ନିରାପତ୍ତା ଟିମ କେଉଁ କାରଣରୁ ଏଭଳି ଘଟଣା ଘଟିଲା କାରଣ ଖୋଜୁଛନ୍ତି । ବିବାହ ଭୋଜି ଖାଦ୍ୟ, ପାଣି ନମୁନା ଯାଞ୍ଚ କରିବା ସହ ଗାଁରେ କ୍ୟାମ୍ପ କରି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଚିକିତ୍ସା ଅଧିକାରୀ। ଅଧିକ ଡାକ୍ତର ଆମ୍ବୁଲାନ୍ସ ଯୋଗେଇ ଦେବା ସହ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରହିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ସିଡ଼ିଏମଓ ଡାକ୍ତର ପ୍ରଶାନ୍ତ କୁମାର ହୋତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: