Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଲାମ ହେବ ୪ହଜାରରୁ ଅଧିକ ରକ୍ତଚନ୍ଦନ ଗଛ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

Rashmita Mishra
Browse all articles by Rashmita Mishra
·1 year ago·1 min read
ନିଲାମ ହେବ ୪ହଜାରରୁ ଅଧିକ ରକ୍ତଚନ୍ଦନ ଗଛ: ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ରାଜ୍ୟରେ ଅଛି ୪୫୩୯ ରକ୍ତଚନ୍ଦନ ଗଛ । ଏଥିରୁ ୨୦୭୧ ପ୍ରାକୃତିକ ଭାବେ ଥିବାବେଳେ ବାକି ୨୪୬୮ ରକ୍ତଚନ୍ଦନ ଗଛ ପାଇଁ ରୋପଣ କରାଯାଇଛି । ଆସନ୍ତା ଏପ୍ରିଲ ୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ୟମରେ ବିକ୍ରି ହେବ । ଏନେଇ ଗୃହରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ।

ଓଡ଼ିଶା ସରକାରଙ୍କ ସୁପାରିଶ କ୍ରମେ, ଭାରତ ସରକାରଙ୍କର ବାଣିଜ୍ୟ ଓ ଶିଳ୍ପ ବିଭାଗ ତରଫରୁ DGFT, ପ୍ରାରମ୍ଭିକ ପର୍ଯ୍ୟାୟରେ ୮୧୦.୧୮୯୪ ମେଟ୍ରିକ ଟନ୍ ଉପରୁ ରପ୍ତାନି କଟକଣାକୁ କୋହଳ କରିଛନ୍ତି ଓ ସେଗୁଡିକୁ ୦୬.୦୯.୨୦୨୫ ମଧ୍ୟରେ ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ, ବନ ଉନ୍ନୟନ ନିଗମ ୮୦୯.୭୮୪୪ ମେଟ୍ରିକ ଟନ୍ ରକ୍ତ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ୟମରେ ବିକ୍ରି କରିବାପାଇଁ ପଦକ୍ଷେପ ନେଇଅଛି ।

ଏହା ଭିତରେ ୩ ଟି ପର୍ଯ୍ୟାୟରେ ବିକ୍ରୟ ହୋଇ ସାରିଛି ଓ ସମୁଦାୟ ୩୮.୭୦୮୨ ମେଟ୍ରିକ୍‌ ଟନ୍‌ ମଞ୍ଜ କାଠକୁ ୧୩,୭୦,୦୭,୨୭୯ ଟଙ୍କା ମୁଲ୍ୟରେ ବିକ୍ରି କରାଯାଇଅଛି । ଏହି ସବୁ କାଠ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ହାରାହାରି ୧,୩୩,୨୧,୨୧୧ ଟଙ୍କା ନିମ୍ନମତେ ଖର୍ଚ୍ଚ ହେଉଛି ବୋଲି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more-than-4000-red-sandalwood-trees-to-be-auctioned-minister-ganesh-ram-singh-khuntia | Argus News