Videos
|
Odisha

ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହେଲେଣି ୫୦ ରୁ ଅଧିକ ଲୋକ , ସତର୍କ କରାଇଲା ସ୍ଵାସ୍ଥ୍ୟ ବିଭାଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହେଲେଣି ୫୦ ରୁ ଅଧିକ ଲୋକ , ସତର୍କ କରାଇଲା ସ୍ଵାସ୍ଥ୍ୟ ବିଭାଗ

ଗରମ ଓ ଗୁଳୁଗୁଳି ଯୋଗୁଁ ଅସୁସ୍ଥ ହେଲେଣି 50 ରୁ ଅଧିକ ଲୋକ । ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠେଇ ଦିଆଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସବୁ ମେଡିକାଲକୁ ଆଲର୍ଟ କଲା ସ୍ୱାସ୍ଥ୍ୟ ବିଭାଗ । ଅଂଶୁଘାତ ପାଇଁ ଜିଲ୍ଲା ସ୍ତରୀୟ ହସ୍ପିଟାଲ ରେ ୬ଟି, ସବଡ଼ିଭିଜନ ସ୍ତରୀୟ ମେଡିକାଲ ରେ ୪ ଟି CHC ରେ ୨ ଟି ବେଡ଼ ପ୍ରସ୍ତୁତ ରଖା ଯାଇଛି । ଜରୁରୀ କାମ ନ ଥିଲେ ଦିନ ୧୦ ଟା ପରେ ଘରୁ ନ ବାହାରିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ସେପଟେ ଏ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ଵି ଅଂଶୁଘାତ ଜନିତ ଘଟଣା ସାମ୍ନା କୁ ଆସି ନଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ।


କାଳବୈଶାଖି ପରେ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି । ୩ ଦିନ ଭିତରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ରହିବ ଅସମ୍ଭାଳ ତାତି। ଆଜିଠୁ ରାଜ୍ୟରେ ହିଟ ୱେଭ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅସମ୍ଭାଳ ତାତିକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଉ ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବା ସହ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ୧୧ ଜିଲ୍ଲାକୁ ବାଦ ଦେଇ ଅବଶିଷ୍ଟ ୧୯ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ଆଜି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ର ଗୋଟେ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିସହ ଗତକାଲି ଝାରସୁଗୁଡାରେ ତାପମାତ୍ରା 44.8°C ରେକର୍ଡ଼ ହୋଇଥିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
More than 50 people have fallen ill due to heat and humidity, the health department has warned | Argus News