Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ପଣା ପିଇ ୫୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ

Rashmita Mishra
Browse all articles by Rashmita Mishra
·1 year ago
ଭଦ୍ରକରେ ପଣା ପିଇ ୫୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ପଣା ପିଇ ୫୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତ ଜୁଡାଗଡିଆ ଗାଁରେ ଝାଡ଼ାବାନ୍ତି । ଖବର ପାଇ ଗାଁରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ୍‌ । ସ୍ଥାନୀୟ ଆଶାକର୍ମୀ ଓ ସରପଞ୍ଚ ଘଟଣା ବିଷୟରେ ଖବର ପାଇ ସିଡିଏମଓଙ୍କୁ ଜଣାଇଥିଲେ । ପରେ ଭଦ୍ରକ ସିଡିଏମଓ ଡକ୍ଟର ସୁଧାଂଶୁ ଶେଖର ବଳଙ୍କ ସହ 3ଟି ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଘରକୁ ଘର ବୁଲି ଚିକିତ୍ସା କରିବା ସହ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ୟାମ୍ପ କରିଛନ୍ତି ମେଡିକାଲ ଟିମ୍ । ଆକ୍ରାନ୍ତଙ୍କୁ ଓଆରଏସ ସହ ଅନ୍ୟ ମେଡିସିନ ଦିଆଯାଉଛି । ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି । ଝାଡାବାନ୍ତିର କାରଣ ଜାଣିବା ପାଇଁ ଝାଡା ପରିସ୍ରା ପରୀକ୍ଷା ସହ ପାନୀୟ ଜଳର ପରୀକ୍ଷା ନମୁନା ସଂଗ୍ରହ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more-than-50-people-suffer-from-diarrhea-after-drinking-water-in-bhadrak | Argus News