୫୦୦ରୁ ଅଧିକ ପରିବାର ଜଳ ସମସ୍ୟାରେ ଜର୍ଜରିତ

ଘର ଆଗରେ ଛିଡା ହୋଇଛି ବଡ଼ ଟାଙ୍କି । ହେଲେ ମେଣ୍ଟାଇ ପାରୁନି ଶୋଷ । ଗ୍ରୀଷ୍ମଋତୁରେ ପାଣି ଟୋପାଏ ଲାଗି ଡହଳ ବିକଳ ଗଞ୍ଜାମ ଜିଲ୍ଲା ଅ।ସିକା ବ୍ଲକ ଜୟପୁର ପଞ୍ଚାୟତର ପଢାଳ ଗାଁ ।୫୦୦ରୁ ଅଧିକ ପରିବାର ବର୍ଷ ବର୍ଷ ଧରି ଜଳ ସମସ୍ୟାରେ ଜର୍ଜରିତ । ପୂର୍ବ ବିଜେଡି ସରକାରରୁ ବସୁଧା ଯୋଜନାରେ ଗାଁରେ ନିର୍ମାଣ ହୋଇଛି ବଡ଼ ପାଣି ଟାଙ୍କି । ପ୍ରତି ଘରକୁ ପାଇପ୍ ଲାଇନ୍ ବିଛା ସରିଛି । ମାତ୍ର ୪ ବର୍ଷ ବିତିଗଲାଣି ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ପାଇପ ଗୁଡିକ ନଷ୍ଟ ହୋଇଗଲାଣି । ସେହିପରି ଗାଁରେ ଥିବା ପୋଖରୀରେ ବି ପାଣି ନାହିଁ ଶୁଖିଗଲାଣି । କେବଳ ନଳକୂପ ଉପରେ ନିର୍ଭର ଗ୍ରାମବାସୀ । ଯାହାକି ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରୁନି ।
ଗାଁରେ ପାଣି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅନକଥର ଗୁହାରି କଲେଣି । ହେଲେ କେହି ଶୁଣୁ ନଥିବା କହିଛନ୍ତି ଗ୍ରାମବାସୀ । ସେପଟେ ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି, ଜଳ ସମସ୍ୟାର ସମାଧନ କରାଯିବ। ବର୍ଷ ବର୍ଷ ଧରି ପାନୀୟ ଜଳ ଲାଗି ହଇରାଣ ହେଉଥିବା ପଢାଳ ଗ୍ରାମବାସୀଙ୍କ ଦୁଃଖରେ କେବେ ପଡିବ
ଫୁଲଷ୍ଟପ୍ ?।