Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶହ ଶହ ହେକ୍ଟର ଚାଷଜମିକୁ ମାଡିଗଲା ବନ୍ୟାପାଣି

Smruti Parija
Browse all articles by Smruti Parija
·1 year ago·1 min read
ଶହ ଶହ ହେକ୍ଟର ଚାଷଜମିକୁ ମାଡିଗଲା ବନ୍ୟାପାଣି

Key Points

ଶହ ଶହ ହେକ୍ଟର ଚାଷଜମିକୁ ମାଡିଗଲା ବନ୍ୟାପାଣି

ପାଣି ଘେରରେ ୧୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ

ଏବେ ବି ରାସ୍ତା ଉପରେ ୪ଫୁଟରେ ପାଣି

୪ ଦିନ ଧରି ପାଣି ଘେରରେ ୧୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ । ସୁବର୍ଣ୍ଣରେଖାର ବନ୍ୟାପାଣିରେ ଦାରୁହା, କୁଳିଦା, ମହାଗବ୍, ନାଚିନ୍ଦl, ପଞ୍ଚାୟତ ଜଳମଗ୍ନ l ତଳିଆ ଅଞ୍ଚଳରେ ପାଣି ଧୀରେ ଧୀରେ ବଢ଼ି ଚାଲିଛି । ଏବେ ବି ରାସ୍ତା ଉପରେ ୪ଫୁଟରେ ପାଣି ଚାଲିଛି l ସକାଳୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହେବାରୁ ବନ୍ୟା ଆଶଙ୍କା ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା ।


ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତ ଜଳମଗ୍ନ ହୋଇଯାଇଛି । ଶହ ଶହ ହେକ୍ଟର ଚାଷଜମିକୁ ମାଡିଗଲା ବନ୍ୟାପାଣି । ଆରଡି ଅଞ୍ଚଳ ସମେତ ୪ଟି ପଞ୍ଚାୟତ ଓଳଗ, ସୁନ୍ଦରପୁର, ନାନ୍ଦପୁର ପଞ୍ଚାୟତର ଶହଶହ ହେକ୍ଟର ଚାଷଜମିକୁ ମାଡିବାରେ ଲାଗିଛି ବନ୍ୟାପାଣି । ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ବୈତରଣୀ ଉଛୁଳିପଡିଛି । ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳୁଛିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
more-than-60-villages-in-10-panchayats-under-water-for-4-days | Argus News