ମାସକ ଭିତରେ ଅନ୍ତ୍ୟୋଦୟ ଘର ପାଇବେ ୧ ଲକ୍ଷ ହିତାଧିକାରୀ

ଭୁବନେଶ୍ଵର: ସମସ୍ତଙ୍କ ମୁଣ୍ଡକୁ ମିଳିବ ଛାତ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଯୋଜନା । ଗତ ୩୦ ତାରିଖରେ ସରକାର ୬୦ ହଜାର ୯୩ ଜଣଙ୍କୁ ଘର ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଅସହାୟ ଓ ବନ୍ୟା ବାତ୍ୟାରେ ଘରଭାଙ୍ଗି ଥିବା ବ୍ୟକ୍ତିଙ୍କୁ ୱାର୍କ ଅର୍ଡର ମିଳିଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ଅନ୍ତ୍ୟୋଦୟ ଗୃହ ଯୋଜନାରେ ଚଳିତ ବର୍ଷ ୧ ଲକ୍ଷ ୫୯ ହଜାର ଲୋକେ ଘର ପାଇବେ । ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଭିନ୍ନକ୍ଷମ, ଅସହାୟ ଓ ବନ୍ୟା ବାତ୍ୟା ପ୍ରଭାବିତ ୱାର୍କ ଅର୍ଡର ପାଇଛନ୍ତି । ଜିଲ୍ଲା ଓ ବ୍ଲକ ସ୍ତରରେ ୱାର୍କ ଅର୍ଡର ଦିଆ ଯାଇଛି । କିଛି ୱାର୍କ ଅଡର୍ ହେଇଛି ଆଉ କିଛି ବାକି ଅଛି ।
ଆହୁରି ୧ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ । ଏଥପାଇଁ ତାଲିକା ମାସକ ଭିତରେ ସଂଗ୍ରହ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ । ଦୁଇ ମାସ ଭିତରେ ୱାର୍କ ଅଡର୍ ଇସ୍ୟୁ ହେବ । ବିଗତ ଥର ଯେଉଁ ନିୟମରେ ଘର ଦିଆଯାଇଥିଲା ସେହି ନିୟମରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

