Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଧକ୍କା ଦେଲା ବସ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଧକ୍କା ଦେଲା ବସ୍

Key Points

ମର୍ଣ୍ଣିଂ ୱାକ୍ ବେଳେ ୪ରୁ୫ ଜଣଙ୍କ ଉପରେ ଚଢ଼ିଗଲା ବସ୍ । ଯାଜପୁର ବରୀ-ବରୁହାଁ ରାସ୍ତାର ଧୋବାଗଳି ଛକ ନିକଟରେ ଅଭାବନୀୟ ଘଟଣା ।

ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ବସ୍ । ମର୍ଣ୍ଣିଂ ୱାକ୍ ବେଳେ ୪ରୁ୫ ଜଣଙ୍କ ଉପରେ ଚଢ଼ିଗଲା ବସ୍ । ଯାଜପୁର ବରୀ-ବରୁହାଁ ରାସ୍ତାର ଧୋବାଗଳି ଛକ ନିକଟରେ ଅଭାବନୀୟ ଘଟଣା ।

ସୂଚନାନୁଯାୟୀ ଯାଜପୁର ଜିଲ୍ଲା ସଦର ଥାନା ଧୋବାଗଳି ଛକ ନିକଟରେ ଦୁର୍ଘଟଣା ଘଟିଛି । ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ୪ ଜଣଙ୍କ ଉପରେ ଯାତ୍ରୀବାହୀ ବସ୍ ମାଡ଼ି ଯାଇଛି । ଏଥିରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନନ୍ତର କରାଯାଇଛି । ସେମାନେ ହେଉଛନ୍ତି, କଟକର ରାକେଶ ଯେନା, ଚିଣ୍ଟୁ ଯେନା,ମନୁ ଯେନା ଏକଂ ବାଦଲ ଯେନା ।

ଯାଜପୁର ସଦର ଥାନା ବରୁଆଁ ଓ ବରୀକୁ ସଂଯୋଗ କରୁଥିବା ଧୋବାଗଳି ଛକ ନିକଟରେ ରବିବାର ସକାଳୁ ସକାଳୁ କିଛି ଲୋକ ମର୍ଣ୍ଣିଂୱାକ୍‌ କରୁଥିଲେ । ଏହି ସମୟରେ ଦ୍ରୁତଗାମୀ ଯାତ୍ରୀବାହୀ ହରଗେୀରୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଚାଲୁଥିବା ଲୋକଙ୍କୁ ଧକ୍କା ଦେଇଥିଲା । ବସ୍ ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ମର୍ଣ୍ଣିଂ ୱାକ୍ କରୁଥିବା ଲୋକଙ୍କ ଉପରେ ବସ୍ ଚଢ଼ି ଯାଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରି ଥାନାକୁ ଆଣିଛି । ତେବେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା କୁହାଯାଉଛି । ଏନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଉତ୍ୟକ୍ତ ଲୋକେ ଏନେଇ ଟାୟ‌ାର ଜାଳି ରାସ୍ତା ରୋକ କରିଛନ୍ତି। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ପୁଲିସ ପକ୍ଷରୁ କଡ଼ ନଜର ରଖାଯାଇଛି ।

ସେପଟେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭ୍ରମରପୁର ବାହୁଦା ନଦୀ ପଠାରେ ବାଲି ଚାଲାଣ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର। ବାଲିଗାଡ଼ି ସହ ତଳେ ଚାପିହୋଇ ନାବାଳକ ମୃତ । ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ସୂଚନା। ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉଠାଇ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ବାଲି ଚାଲାଣ ନେଇ ସ୍ଥାନୀୟଲୋକ ଅସନ୍ତୋଷ ପ୍ରକାଶ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।

ଏଥିସହ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Accident | Morning Walk Accident: Man Hit by Bus During Early Morning Walk | Argus News