Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭଗବାନଙ୍କ ଅପୂର୍ବ ସର୍ଜନା...

Odisha

ଭଗବାନଙ୍କ ଅପୂର୍ବ ସର୍ଜନା...

Smruti Parija
Browse all articles by Smruti Parija
·1 year ago·1 min read
ଭଗବାନଙ୍କ ଅପୂର୍ବ ସର୍ଜନା...

ଭଗବାନଙ୍କ ଅପୂର୍ବ ସର୍ଜନା... ଘରମୁହାଁ ଅଲିଭରିଡଲେ ଶାବକ । କୃଷ୍ଣପ୍ରସାଦ ରାଜହଂସ ବେଳାଭୂମିରୁ ଆସିଲା ଖୁସିଖବର । ମା' ଡାକୁଛି ଆ... । ଭଗବାନଙ୍କ ଅପୂର୍ବ ସର୍ଜନା । ମାଆ କଇଁଛ ସମୁଦ୍ର ବେଳାଭୂମିରେ ପୋତି ଦେଇ ଯାଇଥିଲା ଅଣ୍ଡା । ଆଉ ଏବେ କଇଁଛ ଶାବକ ସବୁ ମାଆ କୋଳକୁ ଫେରି ଯାଉଛନ୍ତି । ଏ ପ୍ରକୃତି ନିଜକୁ ଏମିତି ସଜେଇଛି... ଏ ମଣିଷ ଖାଲି ତାଙ୍କୁ ସୁରକ୍ଷା ଦିଅନ୍ତି ।


ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ସାତପଡା ରେଞ୍ଜ ଅଧିନରେ ଥିବା ରାଜହଂସ ବେଳାଭୂମିରେ ବିରଳ ଅଲିଭରିଡଲେ କଇଁଛ ଛୁଆ ସମୁଦ୍ର ଗର୍ଭକୁ ଯାଉଥିବାର ଅପୂର୍ବ ଦୃଶ୍ୟ ଆନନ୍ଦ ଦେଉଛି । ଚଳିତ ବର୍ଷ ରାଜହଂସ ବିଟ୍ ହାଉସ୍ ଅଧିନରେ ଥିବା ଅସ୍ଥାୟୀ ହାଚେରିରେ ଆଜି ସୁଧା ୭୮ଟି ବସାରେ ୮୨୬୬ଟି ଅଣ୍ଡା ସଂଗ୍ରହ କରି ରଖିଛି ବନବିଭାଗ । ସେଥିମଧ୍ୟରୁ ୯ଟି ବସାରୁ ମୋଟ ୮୯୮ଟି ଛୁଆ କଇଁଛ ସମୁଦ୍ର ଯାଇଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାଗ ଅନୁକୂଳ ଲାଗି ସମୁଦ୍ର ଉପକୂଳକୁ ଆସିଛନ୍ତି ମାତ୍ରାଧିକ କଇଁଛ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
mother turtle had buried her eggs on the beach. Now the baby turtles are returning to their mother's laps | Argus News