ବଜ୍ରପାତରେ ମା' ମୃତ, ପୁଅ ଗୁରୁତର
·1 year ago

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା, ମାଥିଲି ବ୍ଲକ ର କଂସାରି ପୁଟରେ। ଆଜି ଅପରାହ୍ନ ୬ଟା ସମୟରେ ଘଡ ଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଘଡ ଘଡି ଓ ବର୍ଷା ହେଉଥିବା ସମୟରେ ମା ଓ ପୁଅ ଘରେ ବସିଥିବା ସମୟରେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା ।
ସେଠାରେ ଦୁଇ ଜଣ ଅଚେତ ହୋଇ ପଡିଯାଇଥିଲେ । ଅଚେତ ଅବସ୍ଥାରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଭୟଙ୍କୁ ନିଆଯାଇଥିଲା । ସେଠାରେ ମା'ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଏବେ ଗୁରୁତର ଅଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: