ପୁଅର ଟାଙ୍ଗିଆ ଚୋଟରେ ମାଆର ଶୋଚନୀୟ ମୃତ୍ୟୁ
·1 year ago·1 min read

Key Points
ପୁଅର ଟାଙ୍ଗିଆ ଚୋଟରେ ମାଆ ର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମିଳିଥିବା ସୂଚନା ଅନୁଯାୟୀ କୌଣସି କାରଣକୁ ନେଇ ରିଣ୍ଡୀଙ୍କ ମଝିଆଁ ପୁଅ ସାଲଖାନ ସୋରେନଙ୍କ ସହ ପୂର୍ବରୁ ଝଗଡା ହୋଇଥିଲା।
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ରଙ୍ଗମାଟିଆ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅର ଟାଙ୍ଗିଆ ଚୋଟରେ ମାଆ ର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରିଣ୍ଡି ସୋରେନ । ମିଳିଥିବା ସୂଚନା ଅନୁଯାୟୀ କୌଣସି କାରଣକୁ ନେଇ ରିଣ୍ଡୀଙ୍କ ମଝିଆଁ ପୁଅ ସାଲଖାନ ସୋରେନଙ୍କ ସହ ପୂର୍ବରୁ ଝଗଡା ହୋଇଥିଲା।
ଆଜି ବିଲରେ ରିଣ୍ଡି କାମ କରୁଥିବା ବେଳେ ପୁଅ ସାଲଖାନ ଏକ ଟାଙ୍ଗିଆରେ ମାର ମୁଣ୍ଡକୁ ଚୋଟ ଦେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ଘଟାଇବା ପରେ ପୁଅ ସାଲଖାନ ଘଟଗାଁ ଥାନାରେ ଆତ୍ମସମର୍ପଣ କରିଛି। ଖବର ପାଇ ଘଟଗାଁ ଆଇଆଇସି ପ୍ରଶାନ୍ତ କୁମାର ସାମଲ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: