Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସୁଛନ୍ତି ମା,ସ୍ବାଗତ ଅପେକ୍ଷାରେ କାଶତଣ୍ଡି

Odisha

ଆସୁଛନ୍ତି ମା,ସ୍ବାଗତ ଅପେକ୍ଷାରେ କାଶତଣ୍ଡି

Sangram Tripathy
Browse all articles by Sangram Tripathy
·1 year ago·2 min read
ଆସୁଛନ୍ତି ମା,ସ୍ବାଗତ ଅପେକ୍ଷାରେ କାଶତଣ୍ଡି

ଅର୍ଗସ ବ୍ୟୁରୋ:ସଭିଙ୍କ ଅପେକ୍ଷା ତାଙ୍କ ପାଇଁ, ମାଙ୍କ ଆଗମନକୁ ସ୍ବାଗତ କରିବା ପାଇଁ କାଶତଣ୍ଡିର ଅପୂର୍ବ ସମ୍ଭାର ସହ ଚାରିଆଡେ ପସରା ମେଲାଇଛି,ପ୍ରକୃତି ମା ସବୁଜ ଶାଢି ପିନ୍ଧିଥିବାବେଳେ,ଧଳାରଙ୍ଗ ଧଡି ହିସାବରେ କାଶତଣ୍ଡି ତାର ଅପୂର୍ବ ସାଜସଜ୍ଜାରେ ସମସଙ୍କୁ ବିଭୋର କରିଦେଉଛି। ଆଉ ଘଡିଏ ଅଟକିଯାଉଛି ବାଟୋଇ। କାରଣ ଏମିତି ଲାଗୁଛି ଧଳାରଙ୍ଗର ଚାଦର ଘୋଡାଇ ହୋଇ ନବ ବଧୂ ବେଶରେ ସଜେଇ ହୋଇ ଅପେକ୍ଷା କରିଛି ମା’ଙ୍କୁ। ଶରତ ଆଗମନର ବର୍ତ୍ତାବହ ସାଜିଛି କାଶତଣ୍ଡି। ରାସ୍ତା କଡ଼, ପୋଖରିହୁଡ଼ା, ନଦୀ ପଠା ସବୁଠି କାଶତଣ୍ଡିର ପସରା l ଆଉ ସବୁଠି ଖିଲି ଖିଲି ହୋଇ ହସୁଛି କାଶତଣ୍ଡି ଫୁଲ l ଶୁଭ୍ର କାଶତଣ୍ଡି ମରୁତର ଡାଳେ ନାଚୁଅଛି ମନଖୋଲି ସ୍ବାଗତ କରୁଛି ଋତୁରାଣୀ ସେଜେ ବ୍ୟଥା ବେଦନାକୁ ଭୁଲି 


କାଶତଣ୍ଡିର ସିନାବାସ ନାହିଁ,କିନ୍ତୁ ତାର ରୂପରେ ସେ ସମସ୍ତଙ୍କ ମନମୋହିନିଏ,ଗଜାନନ ଙ୍କ ପୂଜା ପରେ କାଶତଣ୍ଡିର ସୁନ୍ଦର ପସରାର ଆରମ୍ଭ ହୁଏ ଓ ମାଁ ଦୁର୍ଗାଙ୍କ ଆଗମନରେ ପ୍ରକୃତିର ଶୋଭା ମଣ୍ଡନ କରୁଥିବା କାଶତଣ୍ଡି ମାଁଙ୍କ ମେଲାଣି ପରେ ସୂତପ୍ରବୃତ ଭାବେ ମଉଳି ଯାଏ ବୋଲି ପୌରାଣିକ ମତ ରହିଛି। ଚାନ୍ଦି ପରି ଚିକ୍ ଚିକ୍ କରି ଝଟକି ଥାଏ ଏହି ଧରାପୃଷ୍ଠରେ। ବୁଦା ବୁଦା ଫୁଲ ଶରତେ ଖେଳି ବୁଲୁଥାଏ । ସ୍ଥାୟିତ୍ଵ ନଥିବାରୁ ସବୁ ଦୁଃଖକୁ ଜାବୁଡି ଧରି ପଡି ରହିଥାଏ ।
ସ୍ଵଳ୍ପ ସମୟ ପାଇଁ ହେଲେ  ମଧ୍ୟ ମନ ଖୋଲା ହସ ମଧ୍ୟରେ ହଜେଇ ଦେଇଥାଏ ନିଜକୁ । ଖେଳି ବୁଲୁଥାଏ ଏହି ଧରଣୀ ବକ୍ଷରେ ।କାଶତଣ୍ଡି । ଯାହାର ମହକ ନଥିଲେବି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ । ଶାରଦୀୟ ସମ୍ଭାର ନେଇ ଆସିଥାଏ କାଶତଣ୍ଡି । ପବନର ଛୁଆଁ ସହିତ ଦେବୀ ଦୂର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ଲାଗି କରିଥାଏ ଅପେକ୍ଷା । କାଶତଣ୍ଡି ମନ ମୁଗ୍ଧ କରିଥାଏ କବି,ଭାବୁକ ଓ ବାଟଚଲା ପଥିକଙ୍କୁ । ସେଇଥି ପାଇଁ ତ ଏହାକୁ ଦେଖି କବି ଭାବୁକ ମାନେ କଲମ କାଗଜ ଧରି ବସିଯାଆନ୍ତି କିଛି ସମୟ ପାଇଁ ଏହାକୁ ବର୍ଣ୍ଣନା କରିବାକୁ,ଆଶ୍ଵୀନ ମାସର ଶରତ ଋତୁରେ କାଶତଣ୍ଡିର ପସରା ଦେଖିବାକୁ ମିଳିଥାଏ । ବହୁ କମ୍ ସମୟ ଅନ୍ୟକୁ ସୌନ୍ଦର୍ଯ୍ୟ ବାଣ୍ଟି ନିଜର ସତା ହରାଇ ବସେ । କିନ୍ତୁ ସଭିଙ୍କୁ ବାଣ୍ଟି ଦେଇଯାଏ ଶାନ୍ତିର ବାର୍ତ୍ତା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mother Durga is coming, Kashtandi is waiting for welcome | Argus News