Videos
|
Odisha

ପାଞ୍ଚ ବର୍ଷର ଝିଅକୁ ଶାଢୀରେ ତଣ୍ଟିଚିପି ହତ୍ୟା କଲା ମାଆ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପାଞ୍ଚ ବର୍ଷର ଝିଅକୁ ଶାଢୀରେ ତଣ୍ଟିଚିପି ହତ୍ୟା କଲା ମାଆ

କାଳ ହେଲା ସ୍ୱପ୍ନାଦେଶ । ମା ସାଜିଲା ପିଶାଚିନୀ । ପାଞ୍ଚ ବର୍ଷର ନିଜ ଜନ୍ମ କଲା ଝିଅକୁ ଶାଢ଼ୀ ଧଡ଼ିରେ ତଣ୍ଟି ଚିପି କଲା ହତ୍ୟା କଲା ମାଆ । ଏହି ଘଟଣାରେ ଦୁଇ ମାସ ପରେ ପିଶାଚିନି ମାକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସୁଚନା ଅନୁସାରେ ଗତ ଫେବୃୟାରୀ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ଗାଁର ଜଣେ ପାଞ୍ଚ ବର୍ଷର ଶିଶୁଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶିଶୁଟି ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।


ଏନେଇ ପୋଲିସ ପୁଣି ଘଟଣାକୁ ତଦନ୍ତ କରି ଆଜି ଶିଶୁର ମା ଆଶାଲତା ମହାପାତ୍ର କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ ମହିଳା ଜଣକ ସ୍ୱପ୍ନାଦେଶ ପାଇ ହତ୍ୟା ର କିଛି ଦିନ ପୂର୍ବରୁ ରାଗ ତମତମ୍ ହେଉଥିଲେ । ୨୪ ତାରିଖରେ ଘରେ କେହି ନଥିବାର ସୁଯୋଗ ପାଇ ଶିଶୁଟି ପାଠ ପଢି ଫେରିବା ପରେ ଶାଢ଼ୀର ଧଡ଼ିରେ ତଣ୍ଟି ଚିପି ମାରିଦେଇଥିଲେ । ତେବେ ପୋଲିସ ତଦନ୍ତରେ ସେ ସବୁ କଥା ସ୍ବୀକାର କରି ଥିବା ଉପଖଣ୍ଡ ପୋଲିସ ଅଧିକ୍ଷକ ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mother killed her own daughter | Argus News