|
logo
Live

Argus News - କାନ୍ଦିକାନ୍ଦି ନୟାନ୍ତ ହେଲାଣି ମା' ମାଙ୍କଡ 

Odisha

କାନ୍ଦିକାନ୍ଦି ନୟାନ୍ତ ହେଲାଣି ମା' ମାଙ୍କଡ 

Manini Pattanayak
Browse all articles by Manini Pattanayak
·2 years ago·2 min read
କାନ୍ଦିକାନ୍ଦି ନୟାନ୍ତ ହେଲାଣି ମା' ମାଙ୍କଡ 

ଭଦ୍ରକ: ଉଠ୍‌...ଧନ ଉଠରେ...ତୁ ଆଖି କିଆଁ ଖୋଲୁନୁ ? ଏ ଡାଳ ସେ ଡାଳକୁ କିଆଁ ଡିଆଁ ମାରୁନୁ ? ଛୁଆ ପାଇଁ ମାଆ ମନ ବଡ ବିକଳ ହେଉଛି...ହେଲେ ସେ କଣ ଜାଣିଛି ଯେ ଛୁଆର ହାତ କଟିଯାଇଛି । ସେଇଥି ଲାଗି ତ ଛୁଆ ଉଠୁନି । ଆଉ ମା' ମନ ବି ବୁଝୁନି । କାନ୍ଦିକାନ୍ଦି ନୟାନ୍ତ ହେଲାଣି, ହେଲେ ଛୁଆ ଉଠୁନି । ଯାହାକୁ 10 ମାସ 10 ଦିନ ଗର୍ଭରେ ରଖି ଦୁନିଆ ଦେଖାଇଥିଲା ସେ ଯେତେବେଳେ କଷ୍ଟ ପାଉଛି...କୋଉ ମାଆ ବା ଧୈର୍ଯ୍ୟ ଧରିବ ? ସେଇଥି ଲାଗି ତ ଏମିତି କାନ୍ଦିକାନ୍ଦି ନିଜର ମନ କଥା କିଛି ଏଭଳି ଢଙ୍ଗରେ ବଖାଣୁଛି ମାଆ ମାଙ୍କଡ଼ ।
ତାର ସନ୍ତାନ ତା ଆଗରେ  ମରିଲା ଭଳି ଦୁଇଟି ହାତ ହରାଇ ପଡିରହିଛି। ଆମ ପରି କଣ ମଣିଷ ହେଇଛି ଯେ ସାଙ୍ଗେ ସାଙ୍ଗେ  ନେଇ ଯିବ ଡାକ୍ତରଖାନକୁ। ସେ ବା ପଶୁ।  କିନ୍ତୁ ପଶୁ ହେଲେ ବି ସେ ଆଗ ମା। ଗର୍ଭ ଜନ୍ତ୍ରାଣା ସହି  ଛୁଆକୁ ଏ ଦୁନିଆକୁ ଆଣିଛି।

ଯେଉଁ ବୟଶରେ ତାର ଛୁଆଟି ଡେଇଁ ଡେଇ ଖେଳିବା କଥା ଉଚ୍ଚା  ଉଚ୍ଚା ଗଛର ଡାଳକୁ ଧରି ଓହଳି ପଡିବା କଥା ସେ ବୟସରେ ହରାଇଛି  ତାର ଦୁଇଟି ହାତ। ମା ତାର କୋଳରେ ଜାବୁଡି ଧରଛି ଛୁଆକୁ। ଆଉଁଶି ଦେଉଛି।  ଏତିକି ବେଳେ ଛୁଆ ମାଙ୍କଡଟି କହୁଛି ମା... ମୁଁ ଆଉ ଗଛ ଡାଳରେ ଝୁଲିପାରିବିନି।  ମୋ ଦୁଇ ହାତ କଟିକଲା, ମୁଁ କଣ ଆଉ ବଞ୍ଚିବି.. ଛୁଆର ଏପରି ଯନ୍ତ୍ରଣାଦାୟକ କଥା ମା ମାଙ୍କଡର ଆଖିରେ ଲୁହ ଭରିଦେଉଛି । ଏପଟେ ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ ଏବଂ ପଶୁ ଡାକ୍ତର ଛୁଆ ମାଙ୍କଡ ଟିକୁ ଉଦ୍ଧାର କରି  ଚିକିତ୍ସା ପାଇଁ ଚେଷ୍ଟା କରୁଥିଲା ବେଳେ କିନ୍ତୁ ମଣିଷଙ୍କୁ ଡରି ଛୁଆକୁ ଧାରାଇ ଦେଉନି ମା ମାଙ୍କଡ।  ତେବେ ଖାଲି ମା ମାଙ୍କଡ ନୁହେଁ ବରଂ ପୁରା ମାଙ୍କଡ଼ ପଲ  ତାକୁ ଛଆ ମାଙ୍କଡକୁ ଯଗି ବସିଛନ୍ତି।  ଏ ଦୃଶ୍ୟ ଦେଖିଲେ ଯେକୌସି ମା ଧର୍ଯ୍ୟହରା ହୋଇପଡି।  ଏପରି ଏକ  କରୁଣ ଦୃଶ୍ୟ ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲା ରାଧାବଲ୍ଲଭ ପୁର ପଞ୍ଚାୟତରେ ଝାଟିଆ ସାହିରେ। ଛୁଆକୁ କଷ୍ଟ ହେଲେ ମାର ଯେ ଅବସ୍ଥା କଣ ହୋଇଥାଏ ତାହା ଏ ଚିତ୍ର ବଖାଣୁଉଛି।   ସେ ମାଟି ମଣିଷ ହେଉଛି କି ମାଙ୍କଡ। ମା ସୁବେବେଳେ ମା... 

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାନ୍ଦିକାନ୍ଦି ନୟାନ୍ତ ହେଲାଣି ମା' ମାଙ୍କଡ  | Argus News