Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir / କାଳିଆ ପାଖରେ କାନି ପତାଇ ମା'ର ଗୁହାରି

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
କାଳିଆ ପାଖରେ କାନି ପତାଇ ମା'ର ଗୁହାରି

Key Points

ଶ୍ରୀମନ୍ଦିର ସିଂହଦ୍ୱାରରେ ପୁଅର ଆରୋଗ୍ୟ ଭିକ୍ଷା କରିଛି ମାଆ ।
ଅସୁସ୍ଥ ପୁଅକୁ ସିଂହଦ୍ଵାର ଆଗରେ ଶୁଆଇ କାନି ପତାଇ ମହାପ୍ରଭୁଙ୍କୁ ନିଜର ଦୁଃଖ ଜଣାଇଛି ।

'ମୋ ପୁଅକୁ ଭଲ କରିଦେ କାଳିଆ । ତୋ ଆଗରେ କାନି ପତାଇ ଭିକ୍ଷା ମାଗୁଛି । ତୁ ହିଁ ଏବେ ଶେଷ ଭରସା' । ଆଜି ସକାଳୁ ଏମିତି କିଛି ଶବ୍ଦ ଶୁଣିବାକୁ ମିଳିଥିଲା, ସଂହଦୁଆରେ । ଜଣେ ମହିଳା ଭୋରୁ ଭୋରୁ ସଂହଦୁଆରେ ପହଞ୍ଚି ଜଗନ୍ନାଥଙ୍କୁ ଭାବ ବିହ୍ୱଳ କଣ୍ଠରେ ଆକୁଳ ନିବେଦନ କରୁଛନ୍ତି, ତାଙ୍କ ପୁଅ ସୁସ୍ଥତା କାମନା କରୁଚନ୍ତି । ସିଂହଦୁଆରେ ସମ୍ପୂର୍ଣ୍ଣ ଦଣ୍ଡାୟମାନ ହୋଇ ଜଗନ୍ନାଥଙ୍କୁ ଡାକୁଛନ୍ତି । ଏହି ଦୃଶ୍ୟ ଦେଖି ସମସ୍ତେ ସେଠି ଭାବ ବିହ୍ୱଳ ହୋଇପଡ଼ିଥିଲେ । ସମସ୍ତେ ତାଙ୍କୁ ସେଇ ଗୋଟିଏ ଆଶ୍ୱାସନା ଦେଇଥିଲେ, ଜଗା ସବୁ ଠିକ୍‌ କରିଦେବ ।

କଥାରେ ଅଛି ଯେଉଁଠି ଡାକ୍ତରଙ୍କ ବିଜ୍ଞାନ ଫେଲ୍‌ ମାରିଯାଏ, ସେଇଠୁ ଆରମ୍ଭ ହୁଏ ଭାବ ଭକ୍ତିର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚମତ୍କାରିତା । ସେଇ ଚମତ୍କାରିତା ପାଇଁ ଆଜି ଜଗା ଦୁଆରେ ମାଆ କରୁଥିଲା ଆକୁଳ ନିବେଦନ । ଶ୍ରୀମନ୍ଦିର ସିଂହଦ୍ବାରରେ ପୁଅର ଆରୋଗ୍ୟ ଭିକ୍ଷା କରିଛି ମାଆ । ଅସୁସ୍ଥ ପୁଅକୁ ସିଂହଦ୍ଵାର ଆଗରେ ଶୁଆଇ କାନି ପତାଇ ମହାପ୍ରଭୁଙ୍କୁ ନିଜର ଦୁଃଖ ଜଣାଇଛି ।

ରବିବାର ଭୋରରୁ ସିଂହଦ୍ଵାର ଖୋଲିବା ବେଳେ ଏମିତି କିଛି ଦୃଶ୍ୟ ସମସ୍ତଙ୍କ ସାମ୍ନକୁ ଆସିଥିଲା । ଜଣେ ମହିଳା ଓ ଜଣେ ପୁରୁଷ ଏକ କୁନି ପୁଅକୁ ସାଙ୍ଗରେ ଆଣି ସିଂହ ଦୁଆରେ ଶୁଆଇଥିଲେ । ନିଜ ଛୁଆ ପାଇଁ କାଳିଆ ପାଖରେ କାନି ପତାଇ ଗୁହାରି କରୁଥିଲେ। ପାଖରେ ଥିବା ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ । ଶୀତୁଆ ସକାଳେ ଜଣେ ମାଆକୁ ତା' ପିଲା ସହ ଶ୍ରୀମନ୍ଦିର ବାହାରେ ଏତେ ଅସହାୟ ଦେଖି ସମସ୍ତଙ୍କ ଆଖିରେ ଲୁହ ।

ଗତକାଲି ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜସ୍ଥାନର ଜଣେ ବ୍ୟକ୍ତି ସିଂହଦୁଆରେ ତାଙ୍କ ଅସୁସ୍ଥ ପୁଅକୁ ରଖି କାଳିଆ ଆଗରେ ଭୋ ଭୋ ହୋଇ କାନ୍ଦିଥିଲେ । କାରଣ ତାଙ୍କ ପୁଅ ବର୍ଷେ ହେବ କୋମାରେ ପଡ଼ିଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଉଠୁନଥିଲା । ତେଣୁ କହିବାକୁ ଗଲେ ଡାକ୍ତରୀ ବିଜ୍ଞାନ ସେଇଠି ସମ୍ପୂର୍ଣ୍ଣ ଫେଲ ମାରିଥିଲା । ଆଉ ଶେଷରେ ତାଙ୍କ ପୁଅକୁ ଧରି ସେ ସୁଦୁର ରାଜସ୍ଥାନରୁ ପୁରୀ ଧାଇଁ ଆସିଥିଲେ । ସିଂହ ଦୁଆରେ ଆଣ୍ଠୁ ମାଡ଼ି କାଳିଆ ଆଗରେ ଭୋ ଭୋ ହୋଇ କାନ୍ଦିଥିଲେ । ତାଙ୍କ ପୁଅକୁ ଭଲ କରିଦେବା ପାଇଁ କାଳିଆ ଆଗରେ ହାତ ପତାଇଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଘଟଣାଥିଲା ୮ ନଭେମ୍ବର ୨୦୨୫ ।

ଏହି ଘଟଣା ପରେ ନଭେମ୍ବର ୨୨ ତାରିଖରେ ସେହି ରାଜସ୍ଥାନର ବ୍ୟକ୍ତି ପୁଣି ବଡ଼ ଦାଣ୍ଡରେ ନଜର ଆସିଥିଲେ । ଆଉ ଜଗାକୁ କୃତଜ୍ଞତା ଜଣାଇଥିଲେ । ଏଥର ସେ ହସି ହସି ଜଗାଗୁ ସବୁ ଶ୍ରେୟ ଦେଇଥିଲେ । କାରଣ ବର୍ଷେ ହେବ ଶୋଇଥିବା ତାଙ୍କ ପୁଅ କୋମାରେ ଶୋଇଥିଲା । କିନ୍ତୁ ଜଗା ପାଖରେ ଗୁହାରି କରିବାର ମାତ୍ର କେଇ ଦିନ ଭିତରେ ପୁଅ କୋମାରୁ ଫେରିଲା । ଏଥିପାଇଁ ସେ ଜଗାକୁ ସବୁ ଶ୍ରେୟ ଦେଇଛନ୍ତି । ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଜୀଅନ୍ତା ଠାକୁର । ସେ ସମସ୍ତଙ୍କ ଦୁଃଖ ବୁଝନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir | Mother prays to Lord Jagannath for her son's recovery | Argus News