ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ MOU ସ୍ବାକ୍ଷରିତ

Key Points
ଉପକୃତ ହେବେ ସାଢେ ତିନି କୋଟି ଓଡ଼ିଆ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି MOU।
ଅର୍ଗସ ବ୍ୟୁରୋ: ଉପକୃତ ହେବେ ସାଢେ ତିନି କୋଟି ଓଡ଼ିଆ। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି MOU। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।
ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶି କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ଯୋଜନା। ରାଜ୍ୟର ପ୍ରାୟ ୧ କୋଟି ପରିବାର ଏହା ଦ୍ବାରା ହେବେ ଉପକୃତ। ଅର୍ଥାତ ପ୍ରାୟ ସାଢେ ୩ କୋଟି ହିତାଧିକାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟବୀମା। ଯେଉଁଥିରେ ମହିଳାଙ୍କୁ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଯାଏ ମିଳିବ ମାଗଣା ଚିକିତ୍ସା ସୁବିଧା। ଏଥିସହ ୭୦ ବର୍ଷରୁ ଅଧିକ ସୱୁ ବରିଷ୍ଠ ନାଗରିକ ବି ହେବେ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଆସନ୍ତା ଫେବ୍ରୁଆରୀ ମାସରୁ ଆୟୁଷ୍ମନ ଭାରତ ଯୋଜନା ଲାଗୁ ହେବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।