Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭୮୦୮ କୋଟିର MOU, ୫୩ ହଜାରଙ୍କୁ ମିଳିବ ରୋଜଗାର !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
୭୮୦୮ କୋଟିର MOU, ୫୩ ହଜାରଙ୍କୁ ମିଳିବ ରୋଜଗାର !

Key Points

ଦୁଇଟି ଟେକ୍ସଟାଇଲ ପାର୍କ ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପିତ
ଆଗକୁ ଆଉ ୫ ଟି ଟେକ୍ସଟାଇଲ ପାର୍କ ଖୋଲିବାକୁ ଯୋଜନା
ବୟନ ଶିଳ୍ପ କର୍ମଚାରୀଙ୍କ ମଜୁରୀ ରିହାତି ହଜାରେ ଟଙ୍କା ବୃଦ୍ଧି ଘୋଷଣା

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନ୍‌କ୍ଲେଭ୍ ଟେକ୍ସ ୨୦୨୫ । ଏଥିରେ ସାମିଲ ହୋଇଥିଲେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ। ବିଶ୍ୱର ବହୁ ଅଗ୍ରଣୀ ବ୍ରାଣ୍ଡ ବି କନ୍‌କ୍ଲେଭ୍‌ରେ ହୋଇଥିଲେ ସାମିଲ । ଏଥିରେ ବୟନଶିଳ୍ପ କ୍ଷେତ୍ରରେ ୩୩ଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ, ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପ୍ରତିଶ୍ରୁତି ଆସିଛି । ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ସୃଷ୍ଟି ହେବ ୫୩,୩୦୦ ନିଯୁକ୍ତି ସୁଯୋଗ । ଏହି ଅବସରରେ ଦଇଟି ଟେକ୍ସଟାଇଲ ପାର୍କ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଆଗକୁ ଆଉ ୫ଟି ଟେକ୍ସଟାଇଲ ପାର୍କ ଖୋଲିବା ନେଇ କରିଛନ୍ତି ଘୋଷଣା । 


ଟେକ୍ସ ୨୦୨୫ରେ ଟେକ୍ସାଟାଇଲ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି ନେଇ ଘୋଷଣା କରାଯାଇଛି । ଏହାଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ମିଳିବ । ଏହି ଅବସରରେ ସରକାରୀ କର୍ମଚାରୀମାନେ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶାକୁ ଟେକ୍ସଟାଇଲ ହବ୍ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବା ସହ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ନେଇ ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କନକ୍ଲେଭରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ଥିଲେ।

Sponsored
MOU worth Rs 7808 crore, 53 thousand people will get employment! | Argus News