Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ଦେଶରେ ଏବେ ଭାରତୀୟ ମୂଳ ପରିଚୟକୁ ନେଇ ଚର୍ଚ୍ଚା

Smruti Parija
Browse all articles by Smruti Parija
·1 year ago·2 min read
ସାରା ଦେଶରେ ଏବେ ଭାରତୀୟ ମୂଳ ପରିଚୟକୁ ନେଇ ଚର୍ଚ୍ଚା

Key Points

  • ଦେଶରୁ ହଟିଲା ଆଉ ଏକ ଉପନିବେଶବାଦର ପ୍ରତୀକ
  • ପୋର୍ଟ ବ୍ଲେୟର ନାଁ ବଦଳି ହେଲା ଶ୍ରୀବିଜୟପୁରମ୍
  • ସାରା ଦେଶରେ ଏବେ ଭାରତୀୟ ମୂଳ ପରିଚୟକୁ ନେଇ ଚର୍ଚ୍ଚା
  • କେବେ ଓଡ଼ିଆ ଅସ୍ମିତା ରଙ୍ଗରେ ରଙ୍ଗୀନ ହେବ ରେଭେନସା ?
  • ରେଭେନସା ନାଁ ପରିବର୍ତ୍ତନ ସପକ୍ଷରେ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କର ବଳିଷ୍ଠ ଯୁକ୍ତି
  • ଦେଶରେ ଗୋଟିଏ ବି ନାହିଁ ଉପନିବେଶବାଦର ଚିହ୍ନ ବହନ କରୁଥିବା ୟୁନିଭରସିଟି
  • ରେଭେନସା ନାଁ ବଦଳାଇ ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ କରିବାକୁ ଉଠିଲା ଦାବି
  • ପ୍ରଥମଥର ପାଇଁ ରେଭେନସା ନାଁ ପରିବର୍ତ୍ତନ ବିତର୍କ ସପକ୍ଷରେ ମତଦେଲା ବିଜେଡି 

ଅର୍ଗସ ବ୍ୟୁରୋ: ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟ ବ୍ଲେୟର ନା ପରିବର୍ତ୍ତନ କରି ଶ୍ରୀ ବିଜୟପୁରମ କରିଛନ୍ତି ଭାରତ ସରକାର। ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଲେଖିଛନ୍ତି । ଦେଶକୁ ଗୁଲାମୀର ସମସ୍ତ ପ୍ରତୀକରୁ ମୁକ୍ତି ଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପରୁ ପ୍ରେରିତ ହୋଇ ଆଜି ଗୃହମନ୍ତ୍ରାଳୟ ପୋର୍ଟ ବ୍ଲେୟର ନାଁ ଶ୍ରୀ ବିଜୟପୁରମ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରୀ ବିଜୟପୁରମ୍ ନାମ ଆମ ସ୍ବାଧୀନତା ସଂଘର୍ଷ ଏବଂ ଏଥିରେ ଆଣ୍ଡାମାନ ଓ ନିକୋବରର ଯୋଗଦାନକୁ ଦର୍ଶାଉଛି। 

ଏହି ଦ୍ବୀପର ଆମ ଦେଶ ସ୍ବାଧୀନତା ଓ ଇତିହାସରେ ଅଦ୍ବିତୀୟ ସ୍ଥାନ ରହିଛି। ଚୋଳ ସାମ୍ରାଜ୍ୟରେ ନୌସେନାର ଆଡ୍ଡା ଭୂମିକା ନିଭାଇଥିବା ଏହି ଦ୍ବୀପ ଆଜି ଦେଶର ସୁରକ୍ଷା ଓ ବିକାଶକୁ ଗତି ଦେବା ପାଇଁ ପ୍ରସ୍ତୁତ ।

ଏହି ଦ୍ବୀପ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ସର୍ବପ୍ରଥମେ ତ୍ରୀରଙ୍ଗା ଉଡ଼ାଇବାଠାରୁ ଆରମ୍ଭ କରି ସେଲୁଲର ଜେଲରେ ବୀର ସାବରକର ଓ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ମା' ଭାରତୀର ସ୍ବାଧୀନତା ଲାଗି ସଂଘର୍ଷର ସ୍ଥାନ। 

ଦେଶରୁ ଗୋଟିଏ ପରେ ଗୋଟିଏ ଉପନିବେଶବାଦର ପ୍ରତୀକ ହଟୁଥିବା ବେଳେ ଏବେ ବିତର୍କ କେବେ ବଦଳିବ ରେଭେନସାର ନାଁ। ରେଭେନସା ନାଁ ପରିବର୍ତ୍ତନ ସପକ୍ଷରେ ସାମ୍ନାକୁ ଆସିଛନ୍ତି ରାଜ୍ୟର ଜଣାଶୁଣା ସାହିତ୍ୟିକ ଓ ବୁଦ୍ଧିଜୀବୀ। ନଅଙ୍କ ଦୁର୍ଭିକ୍ଷରେ ଥମାସ ରେଭେନ୍ସାଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇ ରେଭେନସା ନାମ ପରିବର୍ତ୍ତନ ସପକ୍ଷରେ ବାଢିଛନ୍ତି ବଳିଷ୍ଠ ଯୁକ୍ତି। ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ରେଭେନସା ନାମ ପରିବର୍ତ୍ତନ ଦାବି ଏବେକାର ନୁହେଁ। ୧୯୪୯ ମସିହାରୁ ବିଭିନ୍ନ ସମୟରେ ଏ ନେଇ ହୋଇ ଆସୁଛି ଦାବି। ଓଡ଼ିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନର ନାମ କାହିଁକି ଜଣେ ଇଂରେଜ ନାଁରେ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ବାହାର ଲୋକ ପାଈଁ ଏତେ ଦରଦ ଦେଖାଯାଉଛି ବୋଲି ପଚାରିଛନ୍ତି ଭର୍ତ୍ତୃହରି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ କହିଛନ୍ତି ଦେଶରେ ଏପରି କୌଣସି ବିଶ୍ବବିଦ୍ୟାଳୟ ନାହିଁ ଯାହା ଉପନିବେଶବାଦର ଚିହ୍ନ ବହନ କରୁଛି। ଏବେ ଉପନିବେଶବାଦରୁ ମୁକ୍ତିର ସମୟ ଆସିଛି। ଏଥିସହ ରେଭେନସା ବିଶ୍ବବିଦ୍ୟାଳୟର ନାମ ବଦଳାଇ ଆମ ଜାତିର ପରିଚୟ ଗଜପତି କପିଳେନ୍ଦ୍ରଦେବଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି ହରପ୍ରସାଦ ଦାସ। 

ସେପଟେ ଆରମ୍ଭରୁ ରେଭେନସା ନାଁ ପରିବର୍ତ୍ତନ ବିରୋଧରେ ଉଗ୍ର ଆଭିମୁଖ୍ୟ ନେଇଥିବା ବିଜେଡିର ବଦଳୁଛି ଆଭିମୁଖ୍ୟ। ଏ ପ୍ରସଙ୍ଗରେ ବିତର୍କ ହେବା ଉପରେ ଜୋର ଦେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲ । 

ଦିଲ୍ଲୀରୁ ପଲ୍ଲୀ ଏବେ ଭାରତୀୟ ମୂଳ ପରିଚୟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରେଭେନସା କେବେ ଓଡ଼ିଆ ଅସ୍ମିତା ରଙ୍ଗରେ ରଙ୍ଗୀନ ହେଉଛି ଏବେ ତାକୁ ଅପେକ୍ଷା ।

Sponsored
mp-bhatruhari-mahatab-reaction-about-revenshaw-university-name-change | Argus News