Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜା ଚକ୍ରଙ୍କ ମାଫିଆ ସାମ୍ରାଜ୍ୟକୁ ନେଇ ବଡ଼ ବୟାନ ଦେଲେ ସାଂସଦ ମମତା ମହନ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରାଜା ଚକ୍ରଙ୍କ ମାଫିଆ ସାମ୍ରାଜ୍ୟକୁ ନେଇ ବଡ଼ ବୟାନ ଦେଲେ ସାଂସଦ ମମତା ମହନ୍ତ

ସାରା ରାଜ୍ୟ ତଥା ରାଜ୍ୟ ରାଜନୀତି ଏବେ ରାଜା ଚକ୍ରକୁ ନେଇ ଉଠୁଛି ପଡ଼ୁଛି । ଜଣେ ରେଡିଓ ମେକାନିକ୍‌ରୁ ଏତେ ପାଓ୍ୱାରଫୁଲ୍ ସେ ହେଲ କେମିତି ? କିଏ ତାକୁ ଦେଇଥିଲା ଏତେ ଶକ୍ତି ? ଏତେ ସମ୍ପତ୍ତିର ମାଲିକ ହେଲା କେମିତି ? ତେବେ ଏତେ ସବୁ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ ଆସୁଥିବା ବେଳେ ସମସ୍ତଙ୍କ କାନରେ ସେଇ ଗୋଟିଏ ଉତ୍ତର ହିଁ ବାଜୁଛି, ରାଜା ଚକ୍ରକୁ ଶକ୍ତିଶାଳି କରିଥିଲେ ବବି ଓ ପାଣ୍ଡିଆନ । ଆଉ ଏହି କଥାକୁ ଆଜି ପୁଣି ସମସ୍ତଙ୍କ ଆଗରେ ବଖାଣିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହନ୍ତ ।

ବିଜେପି ସାଂସଦ ମମତା ମହନ୍ତଙ୍କ ବିସ୍ଫୋରକ ବୟାନ। ପାଣ୍ଡିଆନ, ବବି ଯୋଗୁଁ ପାୱାରଫୁଲ ଥିଲେ ରାଜା ଚକ୍ର । ବିଜେଡିର ୨୪ ବର୍ଷ ଶାସନରେ ସବୁଠି ଦୁର୍ନୀତି ଓ ମାଫିଆଙ୍କ ଦବଦବା ଚାଲିଥିବା ସେ ଫିଲ୍ କରିଥିଲେ । ଭରପୁର ଖଣି ଥିବା କେଉଁଝର ସବୁଠୁ ଧନୀ ଜିଲ୍ଲା । କେଉଁଝରରେ ସବୁଠୁ ପ୍ରଭାଵଶାଳୀ ଥିଲେ ରାଜା ଚକ୍ର । ସମସ୍ତେ ତାଙ୍କ କଥାରେ ଚଳୁଥିଲେ । କିଏ ଦେଇଥିଲା ରାଜାଙ୍କୁ ଏତେ ପାୱାର ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଯିଏ ଦୁର୍ନୀତି କରିଛି ସେ ଦଣ୍ଡ ପାଇବ ବୋଲି ବିଜେପି ସାଂସଦ ମମତା ମହନ୍ତ କହିଛନ୍ତି ।

ଗନ୍ଧମାର୍ଧନ ଲୋଡ଼ିଂ ଆଣ୍ଡ କୋପରିଟିଭ ସୋସାଇଟି ୧୦୦କୋଟି ଘୋଟାଲାରେ ଆଳୁ ଖୋଳୁଖୋଳୁ ବାହାରୁଛନ୍ତି ମହାଦେବ । ଖୋଲୁଛି ବିଜେଡି ନେତା ରାଜା ଚକ୍ରଙ୍କ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର । ଗୋପାଳପୁର ଜଙ୍ଗଲଜମିରେ ଥିବା ରାଜାଙ୍କ ଫାର୍ମ ହାଉସରେ ରଙ୍ଗଶାଳା ଚାଲିଥିବା ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ଫାର୍ମ ହାଉସରେ ଥିବା ଆଲିସାନ୍ ବଙ୍ଗଲା ଓ ଅଣ୍ଡରଗ୍ରାଉଣ୍ଡ ଘର ବଢାଉଛି ସନ୍ଦେହ । ଅଭିଯୋଗ ହୋଇଛି ଫାର୍ମ ହାଉସରେ ଡ୍ୟାନସ ବାର ବି ଚାଲିଥିଲା ।

ତେବେ ଏଠି ବଡ଼ ପ୍ରଶ୍ନ, କାହା ପାଇଁ ଥିଲା ସେସବୁ ଫାଇଭଷ୍ଟାର ବ୍ୟାବସ୍ଥା । ବସ୍ ହକରରୁ କେମିତି ଶହ ଶହ କୋଟିର ମାଲିକ ହେଲେ ରାଜା। ବବି ଓ ପାଣ୍ଡିଆନଙ୍କ ଛତ୍ରଛାୟାରେ ବଢାଇଥିଲେ କି ସାମ୍ରାଜ୍ୟ । ଯଦି ରାଜାଙ୍କ ପାଖରେ ଏତେ, ଗଡ ଫାଦରଙ୍କ ପାଖରେ କେତେ... ତାକୁ ନେଇ ଉଠୁଛି ପ୍ରଶ୍ନ।

ଲୁଟ୍ ହୋଇଥିବା ପଥର ଖାଦାନ ହେଉଛି ଘଟଗାଁ ତହସିଲ୍ ଅନ୍ତର୍ଗତ ରୁଟିଶିଳା ପଥର ଖାଦାନ । ସେଠୁ ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି । କାଳେ କିଏ ଦୂରରୁ ପଥର ଖାଦାନ ଉପରେ ଆଖି ପକାଇ ଦେବ, ସେଥିପାଇଁ ଖାଦାନ ଚାରିପଟେ ମେଘନାଦ ପାଚେରୀ ଭଳି ମାଟି ଗଦା କରାଯାଇଛି। ଖାଲି ରୁଟିକଳା ନୁହେଁ, ଅଭିଯୋଗ ହେଉଛି ଧାନବେଣି, ଆମ୍ବଡ଼ହରା, ରଘୁନାଥପୁର ଠାରେ ଥିବା ପଥର ଖାଦାନକୁ ବି ଛାଡ଼ି ନାହାଁନ୍ତି ରାଜା ଚକ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MP Mamata Mahant made a big statement about Raja Chakra's mafia empire | Argus News