Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସବୁ ମାମଲାରେ ନିର୍ଦ୍ଦୋଷ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

Odisha

ସବୁ ମାମଲାରେ ନିର୍ଦ୍ଦୋଷ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

Smruti Parija
Browse all articles by Smruti Parija
·1 year ago·2 min read
ସବୁ ମାମଲାରେ ନିର୍ଦ୍ଦୋଷ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

Key Points

ସବୁ ମାମଲାରେ ନିର୍ଦ୍ଦୋଷ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଗତକାଲି 2ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଥିଲେ କୋର୍ଟ । ଆଜି ବାକି 3ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଲେ କୋର୍ଟ ।

ଭୁବନେଶ୍ୱର: ସବୁ ମାମଲାରେ ନିର୍ଦ୍ଦୋଷ ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଗତକାଲି 2ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଥିଲେ କୋର୍ଟ । ଆଜି ବାକି 3ଟି ମାମଲାରେ ପ୍ରଦୀପଙ୍କୁ ନିର୍ଦ୍ଦୋଷ ଦର୍ଶାଇଲେ କୋର୍ଟ । ନିର୍ଦ୍ଦୋଷ ଘୋଷଣା କଲେ ପ୍ରଥମ ଶ୍ରେଣୀ JMFC ଗ୍ରାମାଞ୍ଚଳ କୋର୍ଟ । ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ନିର୍ଦ୍ଦୋଷ । ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ମାମଲା ହୋଇଥିଲା । କାଲି ସତ୍ୟର ବିଜୟ ହୋଇଛି ବୋଲି କହିଥିଲେ ପ୍ରଦୀପ ପାଣିଗ୍ରାହୀ । ଆକ୍ରୋଶମୂଳକ ଭାବେ ବଦ୍‌ନାମ କରିବାକୁ ଚାହିଁଥିଲେ ପୂର୍ବ ସରକାର । ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ ବୋଲି ବିଷୋଦ୍‌ଗାର କରିଥିଲେ ।


ପ୍ରଦୀପଙ୍କୁ ଜନ ବିରୋଧୀ ସଜାଇ ଦଳରୁ ବାହାର କରିଥିଲା ବିଜେଡି । ଗୋଟିଏ ପରେ ଗୋଟିଏ 5ଟି ଠକେଇ ମମାଲାରେ ଫସେଇ ନିନ୍ଦିତ କରିଥିଲା ବିଜେଡି । ଏବେ ସମସ୍ତ ମାମଲାରେ କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । କୋର୍ଟରେ ନିଜେ ଉପସ୍ଥିତ ରହି ବୟାନ ଦେଇଥିଲେ ପ୍ରଦୀପ । ଗୋଳନ୍ଥରା ଓ ବୈଦନାଥପୁର ଥାନାରେ ତାଙ୍କ ନାଁରେ ହୋଇଥିବା ଚାକିରି ଠକେଇ ମାମଲାରେ ତାଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ନିର୍ଦ୍ଦୋଶରେ ଖଲାସ ହେବା ପରେ ବିଜେଡିର ପ୍ରତିଶୋଧ ରାଜନୀତିର ପୋଲ ଖୋଲିଛନ୍ତି ପ୍ରଦୀପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେବଳ ପ୍ରଦୀପ ପାଣିଗ୍ରାହୀ ନୁହଁନ୍ତି ଅଭୟ ପାଠକ ଓ ଆକାଶ ପାଠକ ମଧ୍ୟ ଏ ଦୁଇ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ପ୍ରଦୀପଙ୍କ ସହ ସଂପର୍କ ଥିବାରୁ ଏମାନଙ୍କୁ ବି ଜେଲକୁ ପଠାଇଦେଇଥିଲେ ବିଜେଡି ସରକାର । କୋର୍ଟରେ ପୂର୍ବରୁ ସାକ୍ଷୀ ଖୋଲିଥିଲେ ମିଛ ମାମଲାର ଗୁମର । ଡିସେମ୍ବର 18 ତାରିଖରେ ପୋଲିସ କିପରି ଭୟଭୀତ କରି ଅଭିଯୋଗ କରିବାକୁ ବାଧ୍ୟ କରିଥିଲା ତାର ପୋଲ୍ ଖୋଲିଥିଲେ 3 ସାକ୍ଷୀ ।

Argus Whatsapp Channel Mobile Top
Sponsored
mp-pradeep-panigrahi-cleared-of-all-fraud-allegations-in-5-cases | Argus News