Videos
|
Odisha

ସୁସ୍ଥ ହୋଇ ଭୁବନେଶ୍ବର ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

Smruti Parija
Browse all articles by Smruti Parija
·1 year ago·1 min read
ସୁସ୍ଥ ହୋଇ ଭୁବନେଶ୍ବର ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

Key Points

ସୁସ୍ଥ ହୋଇ ଭୁବନେଶ୍ବର ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦ ଭବନରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।

ଭୁବନେଶ୍ୱର: ସୁସ୍ଥ ହୋଇ ଭୁବନେଶ୍ବର ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦ ଭବନରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହା ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ପ୍ରତାପ । କୌଣସି ସାଂସଦ ଏଭଳି ଅଶୋଭନୀୟ ଆଚରଣ କରନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ୍ ଜବାବ ଦିଆଯାଉ ।


ଯେଉଁ ମାନେ ଏମର୍ଜେନ୍ସି ସମୟରେ ଗଣତନ୍ତ୍ରର ବାରମ୍ବାର ହତ୍ୟା କରିଥିଲେ, ସେମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ଉଚିତ ଜବାବ ଦେବେ ଦେଶବାସୀ । ବିରୋଧୀ ଦଳ ନେତା ହେବାକୁ ଅଯୋଗ୍ୟ ରାହୁଲ୍। କିଏ ମିଛ କହିଛି, କିଏ ସତ କହୁଛି, ସିସିଟିଭି କହିବ । ସବୁ ମେଡିକାଲ ଟେଷ୍ଟ ଓ ଚିକିତ୍ସା ମଧ୍ୟ ହୋଇଛି । ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସୂର୍ଯ୍ୟ ନାହାନ୍ତି ବୋଲି କହିଲେ ସୂର୍ଯ୍ୟଙ୍କ ଅସ୍ତିତ୍ବ ଅସ୍ଵୀକୃତି ହୁଏ ନାହିଁ । ସେମାନଙ୍କ କାମ ହେଲା କୁତ୍ସରଟନା କରିବା ବୋଲି କହିଛନ୍ତି ପ୍ରତାପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
mp-pratap-sarangi-returns-to-bhubaneswar-after-recovering | Argus News