Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓ- ହବରେ ପହଞ୍ଚିଲେ MSME ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ 

Smruti Parija
Browse all articles by Smruti Parija
·2 years ago·1 min read
ଓ- ହବରେ ପହଞ୍ଚିଲେ MSME ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ 

ଭୁବନେଶ୍ୱର: ଅର୍ଗସରେ ଖବର ପ୍ରସାରଣ ପରେ ଓ- ହବରେ ପହଞ୍ଚିଲେ MSME ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଅଫିସ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରୁଥିବା ସୂଚନା ମିଳିଛି । ଖୋଲୁଛି ଓ- ହବ କେଲେଙ୍କାରିର ଗୋଟିଏ ପରେ ଗୋଟିଏ ଗୁମର । ଓଡ଼ିଶା ଷ୍ଟାର୍ଟଅପ୍ ନାଁରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ଅଣଓଡ଼ିଆ ଅଫିସର । 

 

ଓ - ହବ ରେ ଓଡ଼ିଶା ଷ୍ଟାର୍ଟ ଅପଙ୍କ ନାଁ କୋଟି କୋଟି ଟଙ୍କା ଦୁର୍ନିତୀ ହୋଇଥିବା ନେଇ ଅଭିଯୋଗ ଥିଲା । ଏହାସହ ଅଣ ଓଡ଼ିଆ ଅଫିସରମାନେ ଓଡ଼ିଆ ଷ୍ଟାର୍ଟ ଅପ୍ ମାନଙ୍କୁ ଜାଗା ନଦେଇ ବହୁ ରାଷ୍ଟ୍ରୀୟ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ଜାଗା ଦେଇଥିବା ନେଇ ଅଭିଯୋଗ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ସେତିକି ନୁହେଁ ଅଧିକାଂଶ ଅଣଓଡ଼ିଆ ଷ୍ଟାର୍ଟ ଅପ୍ ମାନଙ୍କୁ ଅନୁଦାନ ଦେବା ସହ ଏହି ଅନୁଦାନ ଟଙ୍କାରୁ ବଡ ଧରଣର କିକ୍ ବ୍ୟାକ୍ ଅଫିସର ମାନେ ଖାଇଥିବା ନେଇ ଅଭିଯୋଗ ଥିବାବେଳେ ତମାମ ଦୁର୍ନିତୀକୁ ନେଇ ଖବର ପ୍ରସାରଣ କରିଥିଲା ଅର୍ଗସ୍ ନ୍ୟୁଜ । ତେବେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ କରିବା ପାଇଁ ଓ - ହବ ରେ ପହଂଚିଛନ୍ତି ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ ।


 

Sponsored
MSME Minister Gokula Nanda Mallik arrived at the O-hub | Argus News