ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମକୁ କାଦୁଅ ମାଡ଼
·1 year ago·1 min read

ଭୁବନେଶ୍ୱର: କୁନି ବାବା ଘଟଣାରେ ବଢୁଛି ବିବାଦ । ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମକୁ କାଦୁଅ ମାଡ଼ । ବିଭିନ୍ନ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ଆଶ୍ରମ ଫାଟକରେ କାଦୁଅ ବୋଳି ପ୍ରତିବାଦ କରିଛନ୍ତି ମହିଳା । ସେପଟେ ବୈକୁଣ୍ଠଧାମର ସରଜମିନ୍ ମାପ ସରିଛି । ଏହା ସରକାରୀ କିମ୍ବା ବ୍ୟକ୍ତିଗତ ଜାଗା ତାକୁ ନେଇ ହେଉଛି ଖୋଳତାଡ଼ । ସରକାରୀ ଜମି ହୋଇଥିଲେ ଏହା ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । GA, ତହସିଲ ଓ BDA ତରଫରୁ ହୋଇଛି ମାପଚୁପ ।
ଖଣ୍ଡଗିରି ବୈକୁଣ୍ଠଧାମରେ ପୋଲିସ୍ ଛାଉଣୀ ହୋଇଛି । ଏପଟେ ବୈକୁଣ୍ଠଧାମର ଆଉ ଏକ ଘର ଠାବ ହୋଇଛି । ଯେଉଁ ଘରେ ରହୁଥିଲେ ବିଦେଶୀ ଭକ୍ତ । ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିବାବେଳେ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା । ସେପଟେ ଏଯାଏଁ ଗାଏବ ଅଛନ୍ତି ଆତ୍ମଘୋଷିତ ଭଗବାନ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: