ଜମିବାଡି ବିବାଦକୁ ନେଇ ହତ୍ୟା ଉଦ୍ୟମ
·1 year ago

ଭୁବନେଶ୍ୱର: ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜରିମୁଣ୍ଡରୁ ଅପହରଣ । ଗୋଟିଏ ବୋଲେରୋରେ ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରିଥିଲେ । ନମ୍ବର ପ୍ଲେଟ ରେ ବ୍ଲାକ ଟେପ ମାରି ଅପହରଣ କରିଥିବା ସୂଚନା ମିଳିଛି । ପରେ ଗଣ୍ଡରପୁର ଜଙ୍ଗଲରେ ଗୁଳି ମାଡ଼ କରି ହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ବନ୍ଧୁକ ଦେଖାଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ଘଟଣାସ୍ଥଳରେ ସ୍ପେଶାଲ ସ୍କୁଆର୍ଡ ଏବଂ ନନ୍ଦନକାନନ ଥାନା ପୋଲିସ ପହଁଚି ତଦନ୍ତ କରୁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: