ପୁଣି ଜଳିଲା ଯୌତୁକ ଜୁଇ

ବାଲେଶ୍ୱର: ବଧୂ ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସମ୍ପେଇ ଗାଁର ବ୍ରହ୍ମାନନ୍ଦ ଜେନାଙ୍କ ପତ୍ନୀ ମଧୁସ୍ମିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଶଶୁର ଘର ଲୋକେ ହତ୍ୟା କରିଥିବା ନେଇ ବାପଘର ଲୋକଙ୍କ ଖଇରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଖଇରା ପୋଲିସ, ତହସିଲଦାର ଏବଂ ବାଲେଶ୍ୱର ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି ।
ଖଇରା ବ୍ଲକ ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଅଧିନ ଭୋଗପୁର ଗାଁର ଜୟକୃଷ୍ଣ ରାମଙ୍କ ୨୬ ବର୍ଷୀୟା ଝିଅ ମଧୁସ୍ମିତା ଜେନାଙ୍କ ୭ ବର୍ଷ ପୂର୍ବେ ଖଇରା ଥାନା ସମ୍ପେଇ ଗାଁର ଚକ୍ରଧର ଜେନାଙ୍କ ପୁଅ ବ୍ରହ୍ମାନନ୍ଦ ଜେନାଙ୍କୁ ବିବାହ କରିଥିଲେ । ହେଲେ ବ୍ରହ୍ମାନନ୍ଦ ବାହାରେ ରହୁଥିବାବେଳେ ପରିବାର ଲୋକେ ମଧୁସ୍ମିତାଙ୍କୁ ଯୌତୁକ ଦାବି କରି ହଇରାଣ କରୁଥିଲେ ।
ଏନେଇ ପୂର୍ବରୁ ଖଇରା ଥାନାରେ ଅଭିଯୋଗ ହେବା ସହିତ ଅନେକ ଥର ଉଭୟ ପକ୍ଷଙ୍କ ତରଫରୁ ବୁଝାବଣା ହୋଇଥିଲା । ହେଲେ ଗତକାଲି ରାତିରେ ଶଶୁର ଘର ଲୋକେ ମଧୁସ୍ମିତାକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।