Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏସପିଙ୍କ ବାସଭବନ ଆଗରେ ହତ୍ୟାକାଣ୍ଡ, ବିଚ୍ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା

Odisha

ଏସପିଙ୍କ ବାସଭବନ ଆଗରେ ହତ୍ୟାକାଣ୍ଡ, ବିଚ୍ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା

Banajyotshna Ray
Browse all articles by Banajyotshna Ray
·1 year ago
ଏସପିଙ୍କ ବାସଭବନ ଆଗରେ ହତ୍ୟାକାଣ୍ଡ, ବିଚ୍ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା

ଏସପିଙ୍କ ବାସଭବନ ଆଗରେ ଜଘନ୍ୟ ହତ୍ୟାକାଣ୍ଡ । ନୂଆପଡ଼ା ସହରରେ ବିଚ୍ ରାସ୍ତାରେ ବୃଦ୍ଧଙ୍କୁ ହତ୍ୟା । ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ସମ୍ମୁଖରେ ଘଟିଛି ଏହି ଅଭାବନୀୟ ଘଟଣା । ବୃଦ୍ଧଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ନୂଆପଡ଼ା NAC ସିରତୋଲର ସୁଖଲାଲ ସାହୁ । ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି କରିଛି ।


ଦିନକୁ ଦିନ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟୁଥିବାବେଳେ ପୋଲିସ ହତ୍ୟାକରୀଙ୍କୁ ଧରିବାରେ ବିଫଳ ହୋଇଛି।  କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଲେ ତାକୁ ନେଇ ପୋଲିସର ଖୋଳତାଡ ଆରମ୍ଭ। ଏଖବର ପରେ ମୃତକଙ୍କ ପରିବାରରେ ଦୁଃଖର ଛାଇ ଖେଳିଯାଇଥିବାବେଳେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
murder in sp house in nuapada | Argus News