Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ, ୧୨ ଗିରଫ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ, ୧୨ ଗିରଫ

Key Points

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ
୧୨ ଗିରଫ ଓ କୋର୍ଟ ଚାଲାଣ
ମୃତ ବ୍ୟକ୍ତି ହେଲେ ରାମାରାଓ ଜିଲାକାରା
କିଛି ବ୍ୟକ୍ତି ତାଙ୍କୁ ଗତ ୮ ତାରିଖରେ ବିଷ ପିଆଇଥିଲେ

ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ । ଏହି ଘଟଣାରେ ୧୨ ଗିରଫ ହୋଇଥିବାବେଳେ ସେମାନଙ୍କୁ  କୋର୍ଟ ଚାଲାଣ। ଶେଷଖାଲ ଥାନା ଅନ୍ତର୍ଗତ ବୁରୁସୁବାଡି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ଏକ ହତ୍ୟାକାଣ୍ଡ । ମୃତ ବ୍ୟକ୍ତି ହେଲେ ରାମାରାଓ ଜିଲାକାରା। ରାମାରାଓ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି କିଛି ବ୍ୟକ୍ତି ତାଙ୍କୁ ଗତ ୮ ତାରିଖରେ ବିଷ ପିଆଇବା ପରେ ପରବର୍ତ୍ତୀ ସମୟରେ ପୋଡ଼ି ଦେଇଥିଲେ। ତେବେ ଘଟଣା ୮ ତାରିଖରେ ଘଟିଥିଲେ ମଧ୍ୟ ପରିବାରବର୍ଗ ଭୟରେ ଥାନାର ଦ୍ୱାରସ୍ଥ ହୋଇନଥିଲେ। ଏହାପରେ ୧୨ ତାରିଖରେ ପରିବାରବର୍ଗ ଶେଷଖାଲ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ଼ା ଏସଡ଼ିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି।


ସୁରକ୍ଷା ଦୃଷ୍ଟିରୁ ରାମାରାଓଙ୍କ ପରିବାରବର୍ଗଙ୍କୁ ତାଙ୍କ ସମ୍ପର୍କୀୟ ଘରେ ରଖାଯାଇଥିବା ବେଳେ ପୁରା ଙ୍ଗା ଏବେ ସୁନଶାନ ହୋଇଯାଇଛି । ବର୍ତ୍ତମାନ ଏହିଭଳି ଅନ୍ଧବିଶ୍ୱାସ ନପଡ଼ିବା ପାଇଁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ବର୍ତ୍ତମାନ ସୁଦ୍ଧା ଗୁଣିଗାରେଡି ଉପରେ ଭରସା ରଖୁଛନ୍ତି। ତେଣୁ ଆଗାମୀ ଦିନରେ ପୋଲିସ ପକ୍ଷରୁ ଉକ୍ତ ଅଂଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସଚେତନତା କରାଯିବ ବୋଲି ଏସଡିପିଓ ସାହୁ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Murder on suspicion of witchcraft, 12 arrested-Argus News | Argus News