Videos
|
Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା । ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଷ୍ଟୁଡିଓ ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ମାଲିକ ଦୀପକ କୁମାର ସାହୁଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି । ବିଳମ୍ବତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। କିଏ ଏବଂ କାହିଁକି ଏପରି କରିଛି ପୋଲିସ ତନାଘନା କରୁଛି। ଗାଁରେ ଭୟଭୀତ ପରିବେଶ ଥିବାବେଳେ ପରିବାର ଲୋକେ ଦୁଃଖରେ ଆଙ୍ଗି ପଡିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Murder suspected to be linked to past enmity, police investigation continues | Argus News