ଅପହରଣ ପରେ ଖଣ୍ଡାରେ ହାଣି ହତ୍ୟା

Key Points
ବ୍ରହ୍ମପୁରରେ ଅଭାବନୀୟ ଘଟଣା
ବଡ଼ ବଜାର ଥାନା ଜଗବନ୍ଧୁ ସାହିରେ ଯୁବକଙ୍କୁ ହତ୍ୟା
ପ୍ରଥମେ ଝଗଡା ଓ ପରେ ଆକ୍ରମଣ ହୋଇଥିବା ଜଣାପଡିଛି
ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର
ବ୍ରହ୍ମପୁରରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା । ମୃତ ଯୁବକ ବିଦ୍ୟାଧର ପାଣିଗ୍ରାହୀ । ବଡ଼ ବଜାର ଥାନା ଜଗବନ୍ଧୁ ସାହିରେ ବିଦ୍ୟାଧରଙ୍କୁ ହତ୍ୟା କରାଯାଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେ ନରସିଂହ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଝଗଡ଼ା ଓ ପରେ ଆକ୍ରମଣ ହୋଇଥିଲା । ମୃତ ଯୁବକ ଜେଲ୍ ଫେରନ୍ତା ବୋଲି ଜଣାପଡିଛି ।
ଅପରାଧ ଦମନ ପାଇଁ ପୋଲିସ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ହେଲେ ବ୍ରହ୍ମପୁର ସହରରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ବଡବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହି ନିକଟରେ ଥିବା ଏକ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତା ରକ୍ତରଞ୍ଜିତ ହୋଇଛି। ମୃତ ଯୁବକ ଜଣକ ଉକ୍ତ ଥାନା ଅନ୍ତର୍ଗତ ଲକ୍ଷ୍ମୀନୃଶିଂହ ସାହିର ବିଦ୍ୟାଧର ପାଣିଗ୍ରାହୀ(୨୨)। ଆକ୍ରମଣରେ ତାଙ୍କ ସହ ଥିବା ନରଶିଙ୍ଗ ସାହୁ ଆହତ ହୋଇଛନ୍ତି।
ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣା ପରେ ଅପରାଧୀମାନେ ଫେରାର ହୋଇଯାଇଛନ୍ତି। ପୋଲିସ ଆହତଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଆକ୍ରମଣକାରୀଙ୍କ ପରିବାରର ୩ଜଣଙ୍କୁ ପୋଲିସ ରାତାରାତି ଉଠାଇ ଆଣି ଥାନାରେ ଅଧିକ ପଚରାଉଚରା କରୁଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ମୁତାବକ, ସୋମବାର ବିଦ୍ୟାଧର ଏବଂ ସାଙ୍ଗ ନରଶିଙ୍ଗ ସାହୁ ସାନ ବଜାର ଛକରେ ଛିଡା ହୋଇଥିଲେ। ତାଙ୍କୁ ୩ଟି ବାଇକରେ ୫ଜଣ ଯୁବକ ଆସି ଭୟଭୀତ କରି ଅପହରଣ କରି ନେଇଥିଲେ। ପରେ ଖଣ୍ଡାରେ ହାଣି ବିଦ୍ୟାଧରଙ୍କୁ ହତ୍ୟା କରିଛନ୍ତି। ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।