Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫାଇଭ-ଟି ଦୁର୍ନୀତି ଲୁଚାଇବାକୁ ରେଭେନ୍ସା ରାଜନୀତି !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଫାଇଭ-ଟି ଦୁର୍ନୀତି ଲୁଚାଇବାକୁ ରେଭେନ୍ସା ରାଜନୀତି !

Key Points

  • ଫାଇଭ-ଟି ଦୁର୍ନୀତି ଲୁଚାଇବାକୁ ରେଭେନ୍ସା ରାଜନୀତି
  • କୋଟି କୋଟି ଟଙ୍କା ଖାଇଛି ବିଜେଡି
  • ଗୃହରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ନବୀନ ସରକାରରେ ଆରମ୍ଭ ହୋଇଥିବା ଫାଇଭ-ଟି ଦୁର୍ନୀତିର ଗନ୍ତାଘର । ଏ କଥା ଆମେ ନୁହେଁ ବରଂ ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘5-T ରୂପାନ୍ତରଣ ନାଁରେ ଗତ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା । ବିଭିନ୍ନ ସ୍ଥାନକୁ ଗଲେ ରୂପାନ୍ତରଣର ରଙ୍ଗ ଦେଖା ଯାଉଛି । ଏ ସବୁର ହିସାବ ନିକାସ ହେବ ଏବଂ କାହାକୁ ଛଡା ଯିବ ନାହିଁ ।’ କିଛି ଏମିତି କହି ବର୍ଷିଥିଲେ ଏବେର ମୁଖ୍ୟମନ୍ତ୍ରୀ । 

କଥା ହେଲା, ବିଜେଡି ସରକାର ଓଡିଶାକୁ ରାଜସ୍ୱ ବଳକା ରାଜ୍ୟ କରିଥିବା ବିଜେଡି ନେତାଙ୍କ ବୟାନ ପରେ ଆରମ୍ଭ ହୋଇଥିଲା ଫାଇଭ-ଟି ସ୍କାମର ଗୁମର ଖୋଲା । ବିରୋଧୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଖଣି ରାଜସ୍ୱ ନୀତି ଯୋଗୁଁ ଓଡିଶା ରାଜସ୍ୱ ବଳକା ରାଜ୍ୟ ହୋଇଥିଲା । ଯଦି ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହୋଇଥିଲା, ତେବେ ୫୦ ପ୍ରତିଶତ ପିଲା କାହିଁକି ଦଶମ ଶ୍ରେଣୀରେ ପାଠ ଛାଡୁଥିଲେ ? କାହିଁକି ଗାଁକୁ ରାସ୍ତା ନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି ବୋଲି ପ୍ରଶ୍ନ ହୋଇଥିଲା ।

କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କେନ୍ଦ୍ର ଶିକ୍ଷାମନ୍ତ୍ରପୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ରାଜନୀତି କରିବା ସହ ମଶାଲ ଶୋଭାଯାତ୍ରା କରିଥିଲେ ବିଜେଡି ନେତା । କଥା ହେଲା, ଧର୍ମେନ୍ଦ୍ର ସ୍ପଷ୍ଟ ଭାବରେ କହିସାରିଥିଲେ କି ରେଭେନ୍ସା ନାଁ ପରିବର୍ତ୍ତନ ନେଇ ତର୍କ ହେବା ଦରକାର, ଆଲୋଚନା ହେବା ଦରକାର । ଖାଲି ଏତିକି ନୁହେଁ ବରଂ ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ମତ ବୋଲି କହିଥିଲେ । କିନ୍ତୁ ବିରୋଧୀ ଜାଣିଶୁଣି ଏହାକୁ ରାଜନୀତି କରିବା ସହିତ ବିଧାନସଭାରେ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରିଥିଲେ । ସେପଟେ ବେଆଇନ ଭାବରେ ରାଲି କରିଥିବାରୁ ବିଜେଡିର ତିନି ନେତାଙ୍କ ବିରୋଧରେ ମାଲଗୋଦାମ ପୋଲିସ ମାମଲା ବି ରୁଜୁ କରିଛି । ଏ ସବୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଫାଇଭ-ଟି ସ୍କାମକୁ ଚାପିବାକୁ ରେଭେନ୍ସା ରାଜନୀତି କରୁଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ଫାଇଭ-ଟି ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ନଥିଲା ବୋଲି ସେତେବେଳେ ବିରୋଧୀ ଦଳ ଥିବା ବିଜେପି ବିଧାନସଭାରେ କହିଥିଲା । ଏମିତିକି, ଏ ବିଭାଗର ମନ୍ତ୍ରୀ କିଏ ବୋଲି ତତ୍କାଳୀନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ । ହେଲେ ସରକାର ଏହାକୁ ଭ୍ରୁକ୍ଷେପ କରିନଥିଲେ । କିନ୍ତୁ ଏବେ ବିଧାନସଭାରେ ଗୁମର ଖୋଲିବା ପରେ ପ୍ରତିକ୍ରିୟା ରଖୁନି ବିଜେଡି । ତେବେ ସମୟ କହିବ ଫାଇଭ-ଟି ନାଁରେ କେତେ କୋଟି ଟଙ୍କାର ହୋଇଛି ଦୁର୍ନୀତି ।
 

Sponsored
Odisha CM | Argus News