Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / କେମିତି ହେଲା ଦୁଇ ଜଣଙ୍କ ମୃତ୍ୟୁ ? ଚାଲିଛି ତଦନ୍ତ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
କେମିତି ହେଲା ଦୁଇ ଜଣଙ୍କ ମୃତ୍ୟୁ ? ଚାଲିଛି ତଦନ୍ତ...
Accident

Key Points

ବାଇକ୍ ଦୁର୍ଘଟଣାରେ ଦୁଇ ମୃତ 
କିଏ ମାରିଛି ନା ଦୁର୍ଘଟଣା
ପୋଲିସର ତଦନ୍ତ ଜାରି
ଶୀତୁଆ ସକାଳରେ ସବୁ ଲୋକ ବାହାରିଥାନ୍ତି ବାହାରକୁ। ସକାଳୁ ସକାଳୁ ଗାଁ ପାଖରେ ଥିବା ପୋଲ ଦେଇ ଯାଉଥିବାବେଳେ ହଠାତ୍‌ ଦେଖିଲେ ପୋଲ ତଳେ ପଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଖବର ଗାଁରେ ଚହଳ ପକାଇଦେଇଛି। ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଅଚେତ ଅବସ୍ଥାରେ ପଡିରହିଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅର୍ନ୍ତଗତ ବେରୁଆବାରୀ ସ୍ଥିତ ତୋରିଗାଡିଆ ପୋଲ ତଳେ ଦୁଇ ଜଣ ଯୁବକ ବାଜାଜ ପ୍ଲଟିନା ଗାଡି ସହିତ ପୋଲ ତଳେ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ।

ତେବେ ସକାଳୁ ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବାବେଳେ ଉଭୟଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଳମ୍ବିତ ରାତିରେ ଦୁର୍ଘଟଣା ଯୋଗୁଁ ଏହି ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେବେ ଉଭୟ ଯୁବକ ଗିରିଡିପଲ୍ଲୀ ପଂଚାୟତ ଢୋଉଝୋଲା ଗ୍ରାମର ବୋଲି ଜଣାପଡିଛି । ଖବର ପାଇ ବାହାଡ଼ା ଝୋଲା ଫାଣ୍ଡି ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ପରିବାର ଲୋକଙ୍କୁ ସଙ୍ଗେ ସଙ୍ଗେ ଖବର ଦିଆଯାଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ କିଏ ମାରିଛି, ନା ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ।

ଏଥିସହ ପଢ଼ନ୍ତୁ: ମାଲକାନଗିରି ଅଘଟଣ: ଆଜି ବସିବ ଶାନ୍ତି କମିଟି, ଉପସ୍ଥିତ ରହିବେ ୨ ଗାଁର ମୁରବି

ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସଡକ ଦୁର୍ଘଟଣା। କେତେବେଳେ ଅନେକଙ୍କ ଜୀବନ ଯାଉଛି ତ ପୁଣି ଅନେକ ଆହତ ହେଉଥିବା ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣା ବୃଦ୍ଧିର କାରଣ କଣ ? ଓଡ଼ିଶାରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା । ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତ୍ୟେକ ଦିନ ୧୫ ଲୋକଙ୍କର ହେଉଛି ମୃତ୍ୟୁ । ଖାଲି ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ସଡ଼କ ସୁରକ୍ଷା ଏକ ବଡ ସମସ୍ୟା ଉଭା ହେଲାଣି ବୋଲି ସୂଚନା ରହିଛି । ସାରା ଦୁନିଆରେ ସଡକ ଦୁର୍ଘଟଣାରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ''

ଆଉ ପୁରା ଭାରତରେ ସଡ଼କ ଦୁର୍ଘଟଣାରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଛି । ଲୋକଙ୍କ ସହଯୋଗ, ସରକାର, ପୋଲିସ, ରୋଡ଼ ଓନିଙ୍ଗ ଏଜେନ୍ସି, ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ସମସ୍ତଙ୍କ ମିଳିତ ଉଦ୍ୟମରେ ସଡ଼କ ଦୁର୍ଘଟଣା ରୋକିବା ଚେଷ୍ଟା ଜାରି ରହିଛି । ତେବେ ୪ଟି ଦିଗରେ ସଡ଼କ ସୁରକ୍ଷା ନେଇ ସରକାରଙ୍କ ପ୍ରଚେଷ୍ଟା ଚଳାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ''। ବର୍ତ୍ତମାନ ସଡକ ଦୁର୍ଘଟଣାକୁ କିପରି ଏଡାଇ ଦିଆଯାଇପାରିବ ସେନେଇ ରୋକାଯାଇପାରିବ ସେନେଇ ବିଭିନ୍ନ ପ୍ରକାରର ଉପାୟ ଆପଣାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Road Accident | Mystery Death of Two: Police Launch Probe Into Suspicious Incident | Argus News | Argus News