Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BJD ଅମଳରେ ମିଳିନଥିଲା ଉଚିତ୍ ନ୍ୟାୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
BJD ଅମଳରେ ମିଳିନଥିଲା ଉଚିତ୍ ନ୍ୟାୟ

ଧରା ହେବେ ପ୍ରକୃତ ଦୋଷୀ ! ବିଜେଡି ଅମଳରେ ନବଙ୍କ ପରିବାରକୁ ମିଳିପାରି ନଥିଲା ଉଚିତ ନ୍ୟାୟ । ଏବେ ବିଜେପି ଅମଳରେ ତାଙ୍କ ପରିବାରକୁ ମିଳିବ ସଠିକ୍ ନ୍ୟାୟ । ନବ ଦାସ ହତ୍ୟା ମାମଲାରେ ଯିଏ ବି ସମ୍ପୃକ୍ତ ଥିବ ତାଙ୍କୁ ନିଶ୍ଚୟ ଧରା ହେବ । ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି।

ସେ କହିଛନ୍ତି ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇସାରିଚି । ବିଜେଡି ସରକାରରେ ନବ ଦାସ ହତ୍ୟାକାଣ୍ଡ ମାମାଲାରେ ନ୍ୟାୟ ଦେଇ ପାରିନଥିଲେ । ଯେଉଁଭଳି ତଦନ୍ତ ହେବା କଥା ନ୍ୟାୟ ମିଳିବା କଥା ଦେଇ ପାରିଲେନି । ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଆମ ସରକାରକୁ ଲେଖିକି ଦେବା ପରେ ଆଜିଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚିଛି ଏବଂ ବୟାନ ରେକର୍ଡ କରିଛନ୍ତି ।

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁଣି ତନାଘନା କରୁଛି । ନବଙ୍କ ସରବାହାଲ ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ନବଙ୍କ ହତ୍ୟାକୁ ୨ ବର୍ଷ ବିତିଥିବା ବେଳେ ଏବେ ବି ଅନେକ ପ୍ରଶ୍ନର ଉତ୍ତର ମିଳିନି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ବୟାନ ରେକର୍ଡ ପାଇଁ ନବଙ୍କ ଘରେ ପହଞ୍ଚିଥିଲା ଏକ ସ୍ୱତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ (ତଦନ୍ତ ଅଧିକାରୀ) ସହିତ କ୍ରାଇମବ୍ରାଞ୍ଚ ଡିଏସପି ଦୀପ୍ତିମୟୀ ମଲ୍ଲିକ ନବ ଦାସଙ୍କ ସରବାହାଲ ଘରେ ଉପସ୍ଥିତ ରହି ପରିବାର ଲୋକଙ୍କ ବୟାନ ରେକର୍ଡ କରିଛନ୍ତି ।

ସରବାହାଲ ଘରେ ପୁଅ ବିଶାଳ, ଝିଅ ଦିପାଳୀ ଓ ସ୍ତ୍ରୀ ମିନତୀଙ୍କ ବୟାନ ଆଜି କ୍ରାଇମବ୍ରାଞ୍ଚ ରେକର୍ଡ କରିଛି । ଏହା ପୂର୍ବରୁ ମାର୍ଚ୍ଚ ୩ରେ ନବଙ୍କ ପୁଅ ବିଶାଳ ଓ ଝିଅ ଦିପାଳୀଙ୍କୁ ହାଜର ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍ ଦେଇଥିଲେ ବି ଉଭୟ ହାଜର ହୋଇ ନଥିଲେ । ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୟାନ ରେକର୍ଡ ଲାଗି ନବଙ୍କ ଘରେ ପହଞ୍ଚିଛି ।

ନବଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପରିବାର ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏପରିକି ନବଙ୍କ ପତ୍ନୀ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚିଠି ଲେଖିଥିଲେ । ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରୁ ବୋଲି ପରିବାର ଗଣମାଧ୍ୟମରେ ଦାବି କରୁଥିଲେ ହେଁ ଲିଖିତ ଭାବେ ସରକାରଙ୍କୁ ଜଣାଇ ନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naba's family did not get fair justice | Argus News