Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବ ଦାସ ହତ୍ୟା କାଣ୍ଡ ମାମଲା,ବ୍ରହ୍ମପୁରରେ କ୍ରାଇମ ବ୍ରାଞ୍ଚ ଟିମ

Rashmita Mishra
Browse all articles by Rashmita Mishra
·1 year ago·2 min read
ନବ ଦାସ ହତ୍ୟା କାଣ୍ଡ ମାମଲା,ବ୍ରହ୍ମପୁରରେ କ୍ରାଇମ ବ୍ରାଞ୍ଚ ଟିମ

ନବ ଦାସ ହତ୍ୟା କାଣ୍ଡ ମାମଲା,ବ୍ରହ୍ମପୁରରେ କ୍ରାଇମ ବ୍ରାଞ୍ଚ ଟିମ । ହତ୍ୟା ମାମଲାର ପୁନଃତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କିଛି ଦିନ ଝାରସୁଗୁଡ଼ାରେ ଖୋଳତାଡ଼ କରିବା ପରେ ବ୍ରହ୍ମପୁର ପହଁଚିଛି । ଅଭିଯୁକ୍ତ ପୂର୍ବତନ ପୁଲିସ ଏସ୍‌ଆଇ ଗୋପାଳ ଦାସଙ୍କ ପରିବାରର ସଦସ୍ୟମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ ପଚରାଉଚରା କରିଥିବା ସୂଚନା । ଗୋପାଳଙ୍କ ଭାଇ, ପୁଅ ଓ ପୁତୁରାଙ୍କୁ ଜେରା କରାଯାଇ ଥିବା ସୂଚନା ।

ଏହି ମାମଲାରେ ପୂର୍ବରୁ ଗୋପାଳଙ୍କ ଭାଇ, ପୁତୁରା, ପୁଅ ଓ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲା। କିନ୍ତୁ ହତ୍ୟାକାଣ୍ଡ ପଛରେ ଛପି ରହିଥିବା ଷଡ୍‌ଯନ୍ତ୍ର ସମ୍ପର୍କୀତ ଅନେକ ରହସ୍ୟକୁ ନେଇ ତଦନ୍ତକାରୀ ଟିମ୍ ପୁଣି ଥରେ ଜେରା କରିଥିବା ସୂଚନା। ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କ ବୟାନ ରେକର୍ଡ କରାଯାଇଛି। ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ। କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ। ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସକୁ ପଚରାଉଚରା କରାଯାଇଥିଲା। ଏଥିସହ ଗୋପାଳଙ୍କ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି

ତେଣୁ ତଦନ୍ତକାରୀ ଟିମ୍ ଏବେ ସେ ସବୁ ଦିଗକୁ ନେଇ ପୁଣି ଥରେ ପଚରାଉଚରା କରୁଛି । ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଏବଂ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ ।

କିନ୍ତୁ ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ିଦେଇଥିଲେ । ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି । ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି । ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପଳଙ୍କ ପତ୍ନୀଙ୍କ ବୟାନ ରେକର୍ଡ ହୋଇଥିଲେ ମଧ୍ୟ ଆଉ ଥରେ ତାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ସେପଟେ ଅଭିଯୁକ୍ତ ଗୋପାଳଙ୍କ ମୋବାଇଲ ପୁଣି ଥରେ ଯାଞ୍ଚ କରାଯାଉଛି । ଘଟଣାର ୬ମାସ ପୂର୍ବରୁ କଲ ଡିଟେଲ ସଂଗ୍ରହ କରାଯାଉଛି । ଏହି ଅବଧି ଭିତରେ ଗୋପାଳ ସହ କଥା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛି ନମ୍ବର ସନ୍ଦେହ ଘେରକୁ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
naba-das-murder-case-crime-branch-team-in-brahmapur | Argus News