Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋପାଳ ଜରିଆରେ ବାପାଙ୍କୁ କରାଯାଇଛି ହତ୍ୟା- ଦିପାଳୀ

Smruti Parija
Browse all articles by Smruti Parija
·1 year ago·2 min read
ଗୋପାଳ ଜରିଆରେ ବାପାଙ୍କୁ କରାଯାଇଛି ହତ୍ୟା- ଦିପାଳୀ

Key Points

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଦିପାଳୀ- ବିଶାଲଙ୍କ ଚାଞ୍ଚଲ୍ୟକର ବୟାନ । ଗୋପାଳ ଜରିଆରେ ଆଉ କେହି ତାଙ୍କ ବାପାଙ୍କୁ ହତ୍ୟା କରାଇଥିବା ଅଭିଯୋଗ  କରିଛନ୍ତି । ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଶାଲ ଓ ଦୀପାଳୀ ।

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଦିପାଳୀ- ବିଶାଲଙ୍କ ଚାଞ୍ଚଲ୍ୟକର ବୟାନ । ଗୋପାଳ ଜରିଆରେ ଆଉ କେହି ତାଙ୍କ ବାପାଙ୍କୁ ହତ୍ୟା କରାଇ ଥିବା ଅଭିଯୋଗ କରିଛନ୍ତି । ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ବିଶାଲ ଓ ଦିପାଳୀ । ବିଜେପି ଆମ ସହିତ ଛିଡ଼ାହୋଇ ତଦନ୍ତକୁ ଆଗକୁ ନେବ କି ବୋଲି ପ୍ରଶ୍ନ କରିଛନ୍ତି ଦିପାଳୀ ।


ତେବେ ଏଠି ପ୍ରଶ୍ନ ଉଠୁଛି ନବୀନ ଓ ବିଜେଡି ଉପରେ ନବଙ୍କ ପରିବାରର ଭରସା ତୁଟିଗଲା କି ? ନବ ଦାସଙ୍କ ହତ୍ୟା ପରେ ବିଜେଡି ଛିଡ଼ା ହୋଇନଥିଲା କି ପରିବାର ସହ ?



ସେପଟେ ନବ ଦାସ ହତ୍ୟା ମାମଲାରେ ଦିପାଳୀଙ୍କ ବୟାନକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ କାହାକୁ ଇଙ୍ଗିତ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ତାଙ୍କର ଥିଲା । ତଦନ୍ତକାରୀ ସଂସ୍ଥା ତାଙ୍କ ସହିତ ଥିଲା । ତାଙ୍କ ସରକାରଙ୍କର ପୋଲିସ ବିଭାଗ ଥିଲା । କିନ୍ତୁ ସେତେବେଳେ ସେ ମୁଁହ ଖୋଲିବା କଥା, କିନ୍ତୁ ସେତେବେଳେ ସେ ପରିବାର ମୁଁହ ଖୋଲିଲେ ନାହିଁ । କ୍ଷମତା ରାଜନୀତିରେ ରହିବା ପାଇଁ ସେ ପ୍ରସଙ୍ଗକୁ ଘଣ୍ଟ ଘୋଡାଇବାକୁ ସେମାନେ ଚାହିଁଲେ । କୌଣସି ପ୍ରକାର ଅଭିଯୋଗ ସେତେବେଳେ ତାଙ୍କ ପରିବାର ତରଫରୁ ନଥିଲା, ଯାହା ଆଶା କରାଯାଉଥିଲା । କିନ୍ତୁ ଆଜି ସେ ବାବଦରେ କହିବାର କିଛି ମାନେ ନାହିଁ ।


ତେଣୁ ଯାହା ହୋଇଛି ସେ ବାବଦରେ ସରକାର କଣ ନିଷ୍ପତି ନେବେ ଖୁବଶୀଘ୍ର ଜଣାପଡ଼ିବ । କିନ୍ତୁ ହତ୍ୟା ଉପରେ ଆଜି ଆକ୍ଷେପ କରିବା ବଦଳରେ ଯଦି ସେତେବେଳେ ଆକ୍ଷେପ କରିଥାନ୍ତେ, ତେବେ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଘଟଣା ଭିନ୍ନ ମୋଡ଼ ନେଇସାରନ୍ତାଣି ।


ସେହିପରି ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ମୁହଁ ଖୋଲିଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । କହିଲେ, ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ମୁଁ ନିଜେ କହୁଥିଲି । ହେଲେ ସେତେବେଳେ ସରକାର ଚୁପ୍‌ ରହିବା ସହ ତାଙ୍କ ପରିବାର ଲୋକ ଚୁପ ରହିଲେ । ବର୍ତ୍ତମାନ ଦିପାଳୀ ଦାସ ସିବିଆଇ ତଦନ୍ତ ଦାବି କରୁଛନ୍ତି । ନବ ଦାସଙ୍କ ପରିବାରର କେହି ଯଦି ଲିଖିତ ଭାବରେ ସରକାରଙ୍କୁ ଦିଅନ୍ତି ତେବେ ଆମେ ବିଚାର କରିବୁ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।



Sponsored
Naba Das Murder Case: Ex-MLA Dipali Das Demands CBI Probe | Argus News