ଦୁଇ ବର୍ଷ ପରେ ବି ସସପେନ୍ସ ଘେରରେ ନବ ଦାସ ହତ୍ୟା ମାମଲା

Key Points
ଦୁଇ ବର୍ଷ ପରେ ବି ସସପେନ୍ସ ଘେରରେ ନବ ଦାସ ହତ୍ୟା ମାମଲା
ରାଜନୈତିକ ଶତ୍ରୁତା ଓ କୋଇଲା ବେପାର ପାଇଁ ହେଲା କି ନବଙ୍କ ମର୍ଡର
ଷଡଯନ୍ତ୍ର ପଛରେ କେଉଁ ରାଜନେତା ଓ ଆଇଏସ- ଆଇପିଏସ ବାବୁ !
କେବେ ସିବିଆଇ ତଦନ୍ତ ପାଇଁ କୋର୍ଟକୁ ଯିବେ ଦୀପାଳି
ଅର୍ଗସ ବ୍ୟୁରୋ: 29 ଜାନୁୟାରୀ, 2023। ବ୍ରଜରାଜନଗର ଗାନ୍ଧିଛକରେ ସେତେବେଳର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଉପରକୁ ହେଲା ଗୁଳି ମାଡ। ତୁରନ୍ତ ତାଙ୍କୁ ନିଆଗଲା ଝାରସଗୁଡା ହସପିଟାଲ୍। ପରେ ପରେ ହେଲିକପଟରରେ ଭୁବନେଶ୍ବର ଅଣାଯାଇ ତାଙ୍କୁ ନିଆଗଲା ଆପୋଲୋ ହସପିଟାଲ୍। ଆପୋଲୋରେ ନବ ଦାସଙ୍କୁ ମୃତ ଘୋଷଣା କଲେ ଡାକ୍ତର। ନବଙ୍କୁ ଗୁଳି ମାରିଥିବା ଅଭିଯୋଗରେ ଗିରଫ ହେଲା ପୋଲିସ ଏଏସଆଇ ଗୋପାଳ ଦାସ । ହେଲେ ଗୋପଳ କାହିଁକି ନବ ଦାସ ଙ୍କୁ ହତ୍ୟା କଲା ସେ ନେଇ ସୃଷ୍ଟି ହେଲା ଅନେକ ପ୍ରଶ୍ନ । ନବଙ୍କ ପତ୍ନୀ ଓ ପୁଅ ପ୍ରି ପ୍ଲାନ୍ ମର୍ଡର କଥା କହିଥିଲେ ବି ନା ସେଦିନରେ ତଦନ୍ତ ହେଲେ ନା ମର୍ଡର ପଛର ମୋଟିଭ ସାମ୍ନାକୁ ଆସିଲା । ଆଜି ହତ୍ୟାକାଣ୍ଡ ଘଟଣା କୁ ଦୁଇ ବର୍ଷ ପୁରୁଥିବା ବେଳେ ହତ୍ୟାକାଣ୍ଡ ପଛର ଷଡଯନ୍ତ୍ର ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ପଶ୍ଚିମ ଓଡ଼ିଶାର ପଲିଟିକସ ଥିଲା ନବଙ୍କ କଣ୍ଟ୍ରୋଲରେ। କୁହାଯାଏ 42 ଆସନକୁ ନେଇ ବିବାଦ ଦେଖାଦେଇଥିଲା। ବ୍ୟବସାୟିକ ଶତ୍ରୁତା । ପଶ୍ଚିମ ଓଡ଼ିଶାରେ କୋଇଲା ଓ ଟ୍ରାନସପୋର୍ଟ ବିଜନେସରେ ଥିଲା ନବ ଦାସଙ୍କ ଦବଦବା। ଏହି କାରଣରୁ ଶତ୍ରୁତା ବଢିଥିବା ଅଭିଯୋଗ ହୋଇଥିଲା। ଯାହା ତାଙ୍କ ହତ୍ୟାର କାରଣ ବି ହୋଇଥାଇପାରେ । ତେବେ ଦୁଇ ବର୍ଷ ଧରି ନୀରବ ଥିବା ନବଙ୍କ ଝିଅ ତଥା ଝାରସୁଗୁଡା ପୂର୍ବତନ ବିଧାୟିକା ନବ ଦାସଙ୍କ ବୟାନ ଏବେ କିନ୍ତୁ ବଦଳି ଯାଇଛି । ପୋଲିସ ଲଗାଇ ନିଜ ବାପାଙ୍କୁ ହତ୍ୟା କରାଯାଥିବା କହିବା ସହ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଦୀପାଳି ।
📱 Get Argus News App
✨ନବଙ୍କ ଛାତିରେ ବାଜିଥିବା ଗୁଳି , ନବ ଙ୍କ ରକ୍ତ ଭିଜା ସାର୍ଟ ସହ ଟାଓ୍ବଲ କୁଆଡେ ଗଲା ଏବେ ସେ ନେଇ ପ୍ରଶ୍ନ ଉଠୁଛି । ଏପରିକି ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ବୟାନ କ୍ରାଇମବ୍ରାଞ୍ଚ ରେକର୍ଡ ନ କରିବା ତଦନ୍ତ ବାଟବଣା ହେବା ଦିଗକୁ ଇସାରା କରୁଛି । ଝାରସୁଗୁଡା ମେଡିକାଲ ର ଇସିଜି ରିପୋର୍ଟ ଓ ଆପୋଲୋ ରେ ନବ ଙ୍କ ଅପରେସନ ଅସମାହିତ ପ୍ରଶ୍ନ ସୃଷ୍ଟି କରୁଛି । ଆପୋଲରେ ନବଙ୍କ ଡେଡବଡିର ଅପରେସନ୍ ନେଇ ବି ସନି୍ଦେହର ବଢିବାରେ ଲାଗିଛି। ବେ ଅପେକ୍ଷା ନବଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବେ ଓ କେବେ ହତ୍ୟାକାଣ୍ଡ ସସପେନ୍ସ ଉପରୁ ପରଦା ହଟିବ ।