Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବଦାସ ହତ୍ୟାକାଣ୍ଡ ପଛରେ ବବି-ପାଣ୍ଡିଆନ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବଦାସ ହତ୍ୟାକାଣ୍ଡ ପଛରେ ବବି-ପାଣ୍ଡିଆନ ?

Key Points

  • ନବଦାସ ହତ୍ୟାକାଣ୍ଡ ପଛରେ ବବି-ପାଣ୍ଡିଆନ ?
  • ସୁପ୍ରିମକୋର୍ଟରେ ଦାୟର ହେଲା ସାଙ୍ଘାତିକ ପିଟିସନ
  • ସିବିଆଇ କାଢିବ କି ମୃତ୍ୟୁର ଖିଅ ?

ଅର୍ଗସ ବ୍ୟୁରୋ: ୨ ବର୍ଷ ହେଲା ମନ୍ତ୍ରୀ ନବଦାସଙ୍କର ହତ୍ୟା ଘଟଣା । ହେଲେ ଆଜିଯାଏଁ ପ୍ରକୃତରେ ଦୋଷୀ କିଏ କେହି ଜାଣିପାରିଲେ ନାହିଁ । ଦିନ ଦ୍ଵିପ୍ରହରରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରାସ୍ତା ଉପରେ ଗୁଳି କରାଗଲା ହେଲେ ଦୋଷୀ ଆଜିଯାଏଁ ଧରାପଡିଲାନି । ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଖଲ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର । କାରଣ ନଜର ପକାନ୍ତୁ ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏଇ ପିଟିସନ୍ ଉପରେ ।

ପିନାକ ମହାନ୍ତି ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଇ ହତ୍ୟାରେ ପ୍ରଣବ ପ୍ରକାଶ ଦାସ ଓ ଭି.କେ ପାଣ୍ଡିଆନଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିଛନ୍ତି ପିଟିସନର । କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ଦେହଘେରରେ, ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଛି । ଏପ୍ରିଲ ୧୫ ତାରିଖ ଏହାର ପ୍ରଥମ ଶୁଣାଣି ହୋଇଥିଲା । ଜୁଲାଇ ୨୯ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଗୋପାଳର ପରିବାର ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ତେଣୁ ମାମଲା ଏବେ କୁଆଡ଼େ ଯାଉଛି ତାହାକୁ ନେଇ ଚର୍ଚ୍ଚା ଜୋର ।

ଜାନୁୟାରୀ ୨୯, ୨୦୨୩ ରେ ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳି କରିହତ୍ୟା କରାଯାଇଥିଲା । ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ । ହେଲେ ଏବେ ବି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ନବହତ୍ୟା ମାମଲାରେ ଦାୟର ହୋଇଥିବା ଚାର୍ଜସିଟରେ ଗୋପାଳର ବନ୍ଧୁ ସମ୍ପର୍କରେ ଉଲ୍ଲେଖ ଥିଲା । ସେ ବନ୍ଧୁ ନବଙ୍କଠାରୁ ଗୋପାଳର ଜୀବନ ପ୍ରତି ବିପଦ ଥିବା କହିଥିଲେ । ତେବେ ସେ ବନ୍ଧୁ କିଏ, କାହିଁକି ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କଲାନାହିଁ ? ଏ ଅସମାୟିତ ପ୍ରଶ୍ନର ଉତ୍ତର ଦେବ କିଏ ? କଥା ହେଲା, ନବ ଦାସଙ୍କ ପତ୍ନୀ ଓ ପୁଅ, ହତ୍ୟା ପଛରେ ଷଡଯନ୍ତ୍ର କଥା ଉଲ୍ଲେଖ କରିଥିଲେ। ହେଲେ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦିପାଲୀ ଦାସ କାହିଁକି ଚୁପ୍, କାହିଁକି ସିବିଆଇ ତଦନ୍ତ ଦାବି କରୁନାହାନ୍ତି ଦିପାଲୀ । ନବ ଦାସ ହତ୍ୟା ମାମଲାରେ ପୁଣି ସିବିଆଇ ତଦନ୍ତ ଦାବି ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଇଏ ରାଜନୈତିକ ହତ୍ୟା କି ନୁହେଁ ସେ ଘଟଣାରୁ ବି ପରଦା ଉଠିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naba Das | Argus News