Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୃତୀୟ ଦିନରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚର ତନାଘନା, କ'ଣ କହିଲେ ନବଙ୍କ ଚିକିତ୍ସା କରିଥିବା ଡାକ୍ତର ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ତୃତୀୟ ଦିନରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚର ତନାଘନା, କ'ଣ କହିଲେ ନବଙ୍କ ଚିକିତ୍ସା କରିଥିବା ଡାକ୍ତର ?

ଝାରସୁଗୁଡ଼ା: ଗୁଳିମାଡ଼ ପରେ କେମିତି ଥିଲା ନବ ଦାସଙ୍କ ସ୍ଵାସ୍ଥ୍ୟାବସ୍ଥା ? କେଉଁ ଡାକ୍ତର, ନବଙ୍କ କଣ ଚିକିତ୍ସା କରିଥିଲେ ? ନବଙ୍କ ଇସିଜିରେ କଣ ବାହାରିଥିଲା ? ନବ ଦାସଙ୍କ ହତ୍ୟାକୁ ୨ ବର୍ଷରୁ ଅଧିକ ସମୟ ବିତିଥିବା ବେଳେ ରହସ୍ୟ ହଟୁନି । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ାରେ ୩ ଦିନ ହେଲା ମାରାଥନ୍ ଛାନଭିନ୍ ଜାରି ରଖିଛି ।


ସାନି ତଦନ୍ତର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ବ୍ରଜରାଜନଗର ଗାନ୍ଧୀ ଛକ କ୍ରାଇମ୍ ସ୍ପଟ୍ ପରିଦର୍ଶନ କରିଛି । କ୍ରାଇମ୍ ସ୍ପଟ ପରିଦର୍ଶନ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ପୂର୍ବତନ ସିଡିଏମ୍ଓଙ୍କ ସହ ନବଙ୍କ ଚିକିତ୍ସା ସମୟରେ ଉପସ୍ଥିତ ଥିବା ଶୈଲ୍ୟ ବିଭାଗ ଡାକ୍ତରଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଶୈଲ୍ୟ ବିଭାଗ ଡାକ୍ତର ଜିତେନ ପଟେଲ ନବ ଦାସଙ୍କ ଚିକିତ୍ସାରେ ସମୟରେ ଉପସ୍ଥିତ ଥିଲେ ।


ନବଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରି ଭୁବନେଶ୍ଵର ଆଣିବା ବେଳେ ଟିମ୍‌ରେ ଥିଲେ ଡାକ୍ତର ଜିତେନ ପଟେଲ । କ୍ରାଇମବ୍ରାଞ୍ଚର ପଚରାଉଚରା ପରେ ଡାକ୍ତର ଜିତେନ ପଟେଲ କହିଛନ୍ତି, ଚିକିତ୍ସା ସମୟରେ ଓ ଭୁବନେଶ୍ଵର ପହଞ୍ଚିବା ପର୍ଯ୍ୟନ୍ତ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ତେବେ ସେ ଜୀବିତ ଥିଲେ ନା ମୃତ୍ୟୁ ହୋଇ ଯାଇଥିଲା ସେ ନେଇ ଗଣମାଧ୍ୟମକୁ କିଛି ସ୍ପଷ୍ଟ କରି ନାହାନ୍ତି ଡାକ୍ତର ପଟେଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ କ୍ରାଇମବ୍ରାଞ୍ଚ ଆଗରେ ବୟାନ ରଖିଛନ୍ତି ପୂର୍ବତନ ସିଡିଏମ୍ଓ ଡାକ୍ତର ଡୋଳାମଣି ପଟେଲ । ପୂର୍ବତନ ସିଡଏମଓ ଡାକ୍ତର ଡୋଳାମଣି ପଟେଲ କହିଛନ୍ତି, ପୂର୍ବରୁ କେବେ ବି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡାକି ନଥିଲା କିମ୍ବା ବୟାନ ରେକର୍ଡ କରି ନଥିଲା । ଆଜି ଡାକି ଘଟଣା ଦିନ ସମ୍ପର୍କରେ ବୟାନ ରେକର୍ଡ କରିଛନ୍ତି । ତେବେ ଇସିଜି ରିପୋର୍ଟ ନ ମିଳିବା ଉପରେ ପୂର୍ବତନ ସିଡିଏମ୍ଓ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।


ଏହା ପୂର୍ବରୁ ନବଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ବୟାନ କ୍ରାଇମବ୍ରାଞ୍ଚ ରେକର୍ଡ କରିବା ସହ ଗତକାଲି ଝାରସୁଗୁଡ଼ା ବିମାନବନ୍ଦରରେ ବି ଖୋଳତାଡ଼ କରିଥିଲା । ତଦନ୍ତରେ ଯାହା ନାଁ ଆସିବ, ଯେଉଁ ଦିଗକୁ ଯିବାକୁ ପଡ଼ିବ ସେ ସବୁ ଦିଗରେ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ସେପଟେ ଗତକାଲି ନବଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଭେଟିଥିଲେ ।


Sponsored
Naba Murder Crime Branch Inquiry In Third Day Jharsuguda | Argus News